ମିସେଲ ଓବାମାଙ୍କୁ ପୂର୍ବତନ ଉପରାଷ୍ଟ୍ରପତି କହି ପରିହାସର ପାତ୍ର ହେଲେ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭୁଲ୍ବଶତଃ ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହି ସମାଲୋଚିତ ହୋଇଛନ୍ତି। ଆମେରିକା ନୌସେନାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବାଇଡେନ ତାଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ୍ ବାଇଡେନ୍ଙ୍କ ପ୍ରଶଂସା କରିଥିଲେ। ମିସେଲ ଓବାମା ଉପରାଷ୍ଟ୍ରପତି ଥିବା ସମୟରେ ଜିଲ୍ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ। ତେବେ ହ୍ବାଇଟ୍ ହାଉସ୍ ପକ୍ଷରୁ ଏହାର ୱେବସାଇଟ୍ରେ ବାଇଡେନଙ୍କ ଭାଷଣକୁ ପୋଷ୍ଟ କରାଯିବା ସହିତ ସେଥିରେ ସଂଶୋଧନ କରାଯିବା ସହ ସଫେଇ ମଧ୍ୟ ଦିଆଯାଇଛି।
ତେବେ ବାଇଡେନ୍ଙ୍କ ମୁହଁରୁ ଆଉ ଏକ ତ୍ରୁଟି ବାହାରିଯିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଥଟ୍ଟା ପରିହାସ ଚାଲିଛି । ଉକ୍ତ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଇଛି। ମିସେଲ ଆମେରିକାର ଉପରାଷ୍ଟ୍ରପତି ଥିବା କଥା ସେମାନେ ଜାଣି ନଥିଲେ ବୋଲି ଅନେକ ଲୋକ ମତ ରଖିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଆମେରିକୀୟ କଂଗ୍ରେସରେ ଉଦବୋଧନ ଦେବା ସମୟରେ ବାଇଡେନ ୟୁକ୍ରେନିଆନଙ୍କୁ ଇରାନିଆନ୍ ବୋଲି କହିଥିଲେ। କିଛିଦିନ ପୂର୍ବରୁ ବାଇଡେନ୍ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭୁଲ୍ବଶତଃ ଫାଷ୍ଟ ଲେଡି କହିଥିଲେ।
Powered by Froala Editor