ଶ୍ରୀଲଙ୍କାରେ ସୋସିଆଲ ମିଡିଆ ବନ୍ଦ
କଲମ୍ବୋ: ଶ୍ରୀଲଙ୍କାରେ ସୋସିଆଲ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍ ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍, ଟିକଟକ୍ ଉପରେ ରୋକ ଲାଗିଛି । ଆନେ୍ଦାଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।
ସୂଚନାଥାଉକି ଶ୍ରୀଲଙ୍କାରେ ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି । ଦେଶରେ ଖାଦ୍ୟାଭାବ ସହ ବିଭିନ୍ନ ନିତ୍ୟ ବ୍ୟବହାର ଜିନିଷର ଦରଦାମ୍ ଅହେତୁକ ବୃଦ୍ଧି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।
ଏନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ଗେଜେଟ୍ ସ୍ୱାକ୍ଷର କରିବା ସହ ସମସ୍ତ କ୍ଷମତା ନିଜ ହାତକୁ ନେଇଛନ୍ତି । ଶୁକ୍ରବାରଠୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଦେଶରେ ଆହୁରି ଉତ୍କଟ ହୋଇଛି ସମସ୍ୟା ।
ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ଶ୍ରୀଲଙ୍କାରେ ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ।
Powered by Froala Editor