ପୌରାଧ୍ୟକ୍ଷାଙ୍କ ଘର ଆଗରେ ଗୁଳି
ଢେଙ୍କାନାଳ: ସରିଛି ପଂଚାୟତ ଓ ପୌର ନିର୍ବାଚନ । ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ, ଏନେଇ ସରକାର ସମସ୍ତ ପଦକ୍ଷେପ ନେଇଥିଲେ । କିନ୍ତୁ ନିର୍ବାଚନ ସମୟରେ ଅନେକ ସ୍ଥାନରେ ଦୁର୍ବୃତ୍ତମାନେ ହିଂସା ସୃଷ୍ଟି କରିଥିଲେ ।
ନିର୍ବାଚନ ସରିବା ପରେ ମଧ୍ୟ ଅନେକ ସ୍ଥାନରେ ଗଣ୍ଡଗୋଳ ଦେଖିବାକୁ ମିଳୁଛି । ଗତକାଲି ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳି ଚାଳନା ହୋଇଛି । ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଏହି ଗୁଳି ଚାଳନା ହୋଇଛି । ବିଳମ୍ବିତ ରାତିରେ ଫାଙ୍କା ଗୁଳି ଚାଳନା ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ୱାର୍ଡ ନମ୍ବର ୧୯ର କାଉନସିଲରଙ୍କ ଘରେ ପଶି ଆକ୍ରମଣ ହୋଇଛି । ଶାସକ ଦଳ କର୍ମୀ ଆକ୍ରମଣ ଓ ଗୁଳି କରିଥିବା ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି ଜୟନ୍ତୀ ପାତ୍ର ।
ତେବେ ଏ ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
Powered by Froala Editor