ଅଧିକ ସମୟ ଏସି ରୁମରେ ରହୁଥିଲେ......
ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଜଙ୍ଗଲକ୍ଷୟ ଓ ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁ ପୂର୍ବାପେକ୍ଷା ଏବେ ଅଧିକ ତାତି ଅନୁଭୂତ ହେଉଛି । ଏଥିରୁ ରକ୍ଷା ପାଇବା ପାଇଁ ଏୟାର କଣ୍ଡିସନର ବା ଏସିର ବ୍ୟବହାର କରାଯାଉଛି । ଏଭଳି ଶୀତତାପ ନିୟନ୍ତ୍ରିତ ଘରେ ବସିଗଲେ ବେଶ ଆରମ ଲାଗିଥାଏ । ହେଲେ ଅଧିକାଂଶ ସମୟ ଏଭଳି ରୁମରେ ରହିଲେ ଏହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ ବୋଲି ସତର୍କ କରାଇ ଦେଇଛନ୍ତି ଲଣ୍ଡନ ୟୁନିଭରସିଟିର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ । ପ୍ରତିଦିନ ଅଧିକାଂଶ ସମୟ ଏ.ସି ରୁମରେ ରହୁଥିବା କେତେକ ବ୍ୟକ୍ତିଙ୍କୁ ଏହି ଗବେଷଣାର ପରିସରଭୁକ୍ତ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତଙ୍କର ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହୋଇଥିବାର ଜଣାପଡ଼ିଲା । ଆଉ ଏହା ପଛରେ ଅଧିକ ସମୟ ଶୀତତାପ ନିୟନ୍ତ୍ରିତ ଘରେ ରହିବା ହିଁ ପ୍ରମୁଖ କାରଣ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
Powered by Froala Editor