କେମିତି ଚିହ୍ନିବେ ନକଲି ବେସନ ଜାଣନ୍ତୁ

ଘରେ ଆମେ ବିଭିନ୍ନ ପ୍ରକାରର ଜିନିଷ ଛାଣି ଖାଇଥାଉ। ଆଉ ଏଥିପାଇଁ ବେସନ ହିଁ ମୁଖ୍ୟ ଉପାଦାନ ରହିଥାଏ। ମିଠା ତିଆରି କରିବା ହେଉ କିମ୍ବା କୌଣସି ପ୍ରକାର ପକୋଡି ଛାଣିବା ହେଉ ବେସନର ବ୍ୟବହାର କରାଯାଏ। ଖାଦ୍ୟର ସ୍ୱାଦ ବୃାଇବା ସହିତ ବେସନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଆଜିକାଲି ବଜାରେ ମିଳୁଥିବା ପ୍ରତ୍ୟେକ ଜିନିଷ ଭେଜାଲ ମିଳୁଛି। ଯେଉଁଥିରେ ବେସନ ମଧ୍ୟ ସାମିଲ। ବଜାରେ ଅନେକ ବ୍ରାଣ୍ଡ୍ର ବେସନ ମିଳୁଛି। ପ୍ରତ୍ୟେକ ଦୋକାନୀ ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ କିନ୍ତୁ ଗ୍ରାହକ ଏହା କେତେ ଅସଲି ଆଉ କେତେ ନକଲି ତାହା ଜାଣିପାରିନାହିଁ। ତେବେ କିପରି ଅସଲି ଓ ନକଲି ବେସ ନ କିପରି ଜାଣିବେ।
ବେସନରେ ମକା ଅଟାକୁ ବ୍ୟବହାର କରାଯାଉଛି। ଏହାଛଡା ଗହମ ଅଟାରେ କଲର ମିଶାଇ ବେସନରେ ମିକ୍ସ କରିଦିଆଯାଉଛି। ଯାହା ଦେଖିବାକୁ ଅସଲି ବେସନ ଭଳି କିନ୍ତୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।
କେମିତି ଚିହ୍ନିବେ ନକଲି ବେସନ :
ବେସନ ଅସଲି କି ନକଲି ଜାଣିବା ପାଇଁ ଏକ ପାତ୍ରରେ ୩ରୁ ୪ ଚାମଚ ବେସନକୁ ପାଣିରେ ଗୋଳି ଦିଅନ୍ତୁ। ଗୋଳିବା ପରେ ଏହି ମିଶ୍ରଣରେ ୨ ଚାମଚ ହାଇଡ୍ରୋକ୍ଲୋରିକ ଏସିଡ ମିଶାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ। କିଛି ସମୟ ପରେ ଯଦି ବେସନ ଅଲଗା ରଙ୍ଗର ଦେଖାଯିବ, ତେବେ ଜାଣିବେ ବେସନ ଭେଜାଲ ରହିଛି।
ଲେମ୍ବୁ ଜରିଆରେ କରନ୍ତୁ ଚେକ୍ :
ଲେମ୍ବୁ ରସ ଏବଂ ହାଇଡ୍ରୋକ୍ଲୋରିକ ଏସିଡର ଏକ ମିଶ୍ରଣ ତିଆରି କରି ନିଅନ୍ତୁ। ଏବେ ଏହି ମିଶ୍ରଣକୁ ବେସନରେ ମିଶାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଯଦି ବେସନ ଲାଲ, କମଳା ଇତ୍ୟାଦି ରଙ୍ଗ ହୋଇଯାଏ, ତେବେ ଜାଣିବେ ବେସନ ନକଲି ।
Powered by Froala Editor