ସିରିଜ୍ ଦୁର୍ଘଟଣା ଘଟାଇଲା ଟ୍ରକ୍, ୨ ଜଣଙ୍କ ମୃତ୍ୟୁ
ମୟୂରଭଞ୍ଜ ଜିଲ୍ଲା ବାରିପଦା-ଉଦଳା ରାସ୍ତାରେ ଘଟିଛି ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଏକ ୧୨ ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍ ଉଦଳାରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ ପ୍ରଥମେ କରଞ୍ଜିଆ ଛକରେ ଏକ କାରକୁ ଧକ୍କା ଦେଇଥିଲା। ତା’ପରେ ଅସ୍ତିଆ ଛକରେ ଏକ ବାଇକ୍କୁ ଧକ୍କା ଦେଇଥିଲା। ଏହା ପରେ ଅସ୍ତିଆ ପୋଲ ଉପରେ ଆଉ ଏକ ବାଇକ୍କୁ ଧକ୍କା ଦେଇଥିଲା। ସେହି ବାଇକ୍ରେ ଜେଜେ ବାପା ସୁରଜ କାଳିନ୍ଦୀ(ଭଞ୍ଜ କାଳନ୍ଦୀ) ଏବଂ ନାତି ମିଳୁ କାଳନ୍ଦୀ ବସିଥିଲେ। ଟ୍ରକ୍ଟି ଧକ୍କା ଦେବା ପରେ ଜଣେ ପୋଲ ତଳକୁ ଖସି ପଡ଼ିଥିଲେ। ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।
ପ୍ରଥମେ ଟ୍ରକ୍ ଚାଳକର ବେପରୁଆ ଗାଡି ଚାଳନା ଯୋଗୁ ବାସିପିଠା ନିକଟରେ ଦୁଇ ଯୁବକ ମରଣ ମୁଁହରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଡୁକୁରା ଠାରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସିଯାଇଥିଲା । ଟ୍ରକଟି ସେଠାରୁ ଆସି ନୁରୁଡିହି ପାଖରେ ଦୁଇ ଭଉଣୀ ସାଇକେଲରେ ଯାଉଥିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଚୁନା ହେବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପି.ଆର.ଏମ. ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଭଉଣୀ ଦୁଇଜଣ ହେଉଛନ୍ତି ଝିଲି ସିଂ ଏବଂ ଗାୟତ୍ରୀ ସିଂ । ଏହା ପରେ ସେଠାରୁ ଟ୍ରକଟି ଖସିଆସି ପୋଡାଅସ୍ତିଆର ପୋଲ ଉପରେ ବାଇକରେ ଯାଉଥିବା ଜେଜେ ଓ ନାତିଙ୍କୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
Powered by Froala Editor