Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ...

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା ...

  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ...

  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ...

  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ...

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

Home ›› ››ରିଲାଏନ୍ସର ମିଶନ ଅକ୍ସିଜେନ୍ : ଦୈନିକ ୧୦୦୦ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ରିଲାଏନ୍ସର ମିଶନ ଅକ୍ସିଜେନ୍ : ଦୈନିକ ୧୦୦୦ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

2021-05-02 16:40:25
15140
Share:
Facebook
Twitter
E-Mail
WhatsApp
Telegram
ରିଲାଏନ୍ସର ମିଶନ ଅକ୍ସିଜେନ୍ : ଦୈନିକ ୧୦୦୦ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

- ଦେଶର ୧୧ ପ୍ରତିଶତରୁ ଅଧିକ ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ସହିତ ମାଗଣାରେ ଯୋଗାଉଛି ରିଲାଏନ୍ସ
- ଜାମନଗରରେ ଉତ୍ପାଦିତ ଦୈନିକ ୧୦୦୦ ମେଟ୍ରିକ ଟନ୍ ଅମ୍ଳଜାନ ପ୍ରତିଦିନ ହାରାହାରି ୧ ଲକ୍ଷରୁ ଅଧିକ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି
- ଆରଆଇଏଲ ଅଧ୍ୟକ୍ଷ ମୁକେଶ ଅମ୍ବାନି ଜାମନଗରଠାରେ ପ୍ରତ୍ୟକ୍ଷ ଭାବେ ଅମ୍ଳଜାନର ବର୍ଦ୍ଧିତ ଉତ୍ପାଦନ ଓ ପରିବହନ ତଦାରଖ କରୁଛନ୍ତି
- ସାଉଦି ଆରବ, ଜର୍ମାନୀ, ବେଲଜିୟମ, ହଲାଣ୍ଡ ଏବଂ ଥାଇଲାଣ୍ଡ୍‌ରୁ ୨୪ଟି ଆଇଏସ୍‌ଓ କଂଟେନର ବିମାନଯୋଗେ ଭାରତକୁ ପରିବହନ

ମୁମ୍ବଇ/ଭୁବନେଶ୍ୱର : ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି । ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି । ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି, ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି । ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି ।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ଦୁଇସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି । ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି । ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହତ କରାଯାଉଛି । କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା । ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ । ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ । ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ । ରିଲାଏନ୍ସ ସଂପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଂଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି । ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି । ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି । ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି । କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି ।

ଉଚ୍ଚ ଗୁଣମାନର ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହିତ ତାହାକୁ ଦେଶର ବିଭିନ୍ନ ଭାଗକୁ ପରିବହନ କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଆଉ ଏକ ଆହ୍ୱାନ ହୋଇଛି । ସେଥିପାଇଁ ଏହାର ନିରାପଦ ଏବଂ ତ୍ୱରିତ ପରିବହନ ନିମନ୍ତେ ରିଲାଏନ୍ସ ନିଜର ବୋଝେଇ କ୍ଷମତା ବୃଦ୍ଧି ଘଟାଇବା ଆବଶ୍ୟକତା ଦେଖାଦେଇଥିଲା । ଏହା ହାସଲ କରିବାକୁ ରିଲାଏନ୍ସର ଇଞ୍ଜିନିୟରମାନେ ରେଳ ଏବଂ ସଡକ ପରିବହନ ବ୍ୟବସ୍ଥାରେ ସ୍ମାର୍ଟ ଲଜିଷ୍ଟିକ୍ସ ପରିବର୍ତନ କରିଥିଲେ । ସେଥିମଧ୍ୟରେ ସମାନ୍ତରାଳ ଲାଇନ ବିଛାଇବା, ହୋସ୍ ବ୍ୟବହାର କରିବା ଏବଂ ପ୍ରେସର ଡିଫରେନ୍ସିଆଲ ଜରିଆରେ ତରଳ ଟ୍ୟାଙ୍କରଗୁଡିକୁ ବୋଝେଇ କରିବା ଆଦି ଅନ୍ତର୍ଭୁକ୍ତ । ଅନ୍ୟଏକ ନୂତନ ପଦକ୍ଷେପ ସ୍ୱରୂପ ରିଲାଏନ୍ସ ନାଇଟ୍ରୋଜେନ ଟ୍ୟାଙ୍କରଗୁଡିକୁ ମେଡିକାଲ ଗ୍ରେଡ ଅମ୍ଳଜାନ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତା ସଂଗଠନ ଦ୍ୱାରା ଅନୁମୋଦିତ ନିରାପଦ ପ୍ରକ୍ରିୟାରେ ପରିବହନକାରୀ ଟ୍ରକରେ ରୂପାନ୍ତରିତ କରିଥିଲା ।

ଏଥିସହିତ ରିଲାଏନ୍ସ ସାଉଦି ଆରବ, ଜର୍ମାନୀ, ବେଲଜିୟମ, ହଲାଣ୍ଡ ଏବଂ ଥାଇଲାଣ୍ଡ୍‌ରୁ ୨୪ଟି ଆଇଏସ୍‌ଓ କଂଟେନର ବିମାନଯୋଗେ ଭାରତକୁ ଆଣିବା ବ୍ୟବସ୍ଥା କରିଥିଲା । ଏଥିସହ ଦେଶର ତରଳ ଅମ୍ଳଜାନ ପରିବହନ କ୍ଷମତାରେ ବୃଦ୍ଧି ଘଟାଇ ରିଲାଏନ୍ସ ୫୦୦ ମେଟ୍ରିନ ଟନ୍ ଅତିରିକ୍ତ ପରିବହନ କ୍ଷମତା ଯୋଗ କରିଛି । ଏହି ଆଇଏସ୍‌ଓ କଂଟେନରଗୁଡିକ ଦେଶରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ପରିବହନ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେବ । ବିମାନ ଯୋଗେ ଆଇଏସ୍‌ଓ କଂଟେନରଗୁଡିକ ଭାରତ ଆଣିବାରେ ଭାରତୀୟ ବାୟୁସେନା ସହଯୋଗ ପ୍ରଦାନ କରିଥିବାରୁ କମ୍ପାନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସେହିଭଳି ଆଇଏସ୍‌ଓ କଂଟେନରଗୁଡିକ ଅଧିଗ୍ରହଣ କରିବାରେ ରିଲାଏନ୍ସର ସହଯୋଗୀ ସାଉଦି ଆରାମକୋ ଏବଂ ବିପି ପୂର୍ଣ୍ଣ ସହଯୋଗ ଯୋଗାଇଦେଇଛନ୍ତି । 

ଏହି ସମସ୍ତ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ସମଗ୍ର ଭାରତ କୋଭିଡ-୧୯ ମହାମାରୀର ନୂଆ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ମୋ ପାଇଁ ଏବଂ ରିଲାଏନ୍ସରେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ଜୀବନ ବଂଚାଇବା ଠାରୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଭାରତରେ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ ଏବଂ ପରିବହନ କ୍ଷମତାର ବଢାଇବାର ତୁରନ୍ତ ଆବଶ୍ୟମତା ରହିଛି । ଜାମନଗରରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରମାନଙ୍କ ସାହସ ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ମୁଁ ଗର୍ବିତ କାଣ ସେମାନେ ଦେଶର ଏହି ଜରୁରୀ ଆବଶ୍ୟକତା ସମୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରି ନିଜର ଦୃଢ ସଂକଳ୍ପ ବଳରେ ସଫଳତା ହାସଲ କରିଛନ୍ତି । ”

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ଆମ ଦେଶ ସଂପ୍ରତି ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତିକରୁଛି । ରିଲାଏନ୍ସ ଫାଉଣ୍ଡେସନରେ ଆମେ ଯଥାସମ୍ଭବ ସହାୟତା ଯୋଗାଣ ଜାରି ରଖିବୁ । ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ଆମର ଜାମନଗର ବିଶୋଧନାଗାରରେ ଥିବା ଆମ ପ୍ଲାଂଟଗୁଡିକରେ ପରିବର୍ତନ ଆଣି ରାତାରାତି ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରିବାକୁ ପ୍ରସ୍ତୁତ କରାଯାଇଛି, ଯାହାକୁ ସମଗ୍ର ଦେଶରେ ଯୋଗାଇ ଦିଆଯାଉଛି । ଆମର ଭାବନା ଏବଂ ଆମର ପ୍ରାର୍ଥନା ଆମର ପ୍ରିୟ ଦେଶବାସୀ ଓ ସମସ୍ତ ମହିଳାଙ୍କ ସହିତ ରହିଛି । ସମ୍ମିଳିତ ଭାବରେ ଉଦ୍ୟମ ଜାରିରଖି ଏକାଠି ଏହି ଜଟିଳ ସମସ୍ୟାକୁ ଆମେ ଦୂର କରିବା ।”

Powered by Froala Editor

Tags reliance industries , reliance jio

Related articles Odisha News Lens 4.1

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14707
    Jul 08, 2026
  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ  ‘ଚୋର, ଚୋର’ ...
    ଦେଶ-ଦେଶାନ୍ତର

    ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ...

    15629
    Jul 09, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15794
    Jul 08, 2026
  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି
    ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    13972
    Jul 10, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15404
    Jul 09, 2026
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ
    ଅପରାଧ

    କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13689
    Jul 10, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ
    ଦେଶ-ଦେଶାନ୍ତର

    ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14167
    Jul 10, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13739
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14359
    Jul 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15794
    Jul 08, 2026
  • ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    13972
    Jul 10, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15404
    Jul 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18036
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15470
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15596
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15401
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15267
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14691
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15839
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13815
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14929
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13739
    Jul 08, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14707
    Jul 08, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15495
    Jul 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In