ଗଡଗଡ ବାହାଲରେ ଗରୁଡ ଦୁର୍ଘଟଣାଗ୍ରସ୍ତ

ଅନୁଗୋଳରୁ ସମ୍ବଲପୁର ଆସୁଥିବା ଗରୁଡ ବସ(ଓଆର ୧୫ ଏଚ ୧୯୧୯) ଯୁଯୁମୁରା ଥାନା ଅନ୍ତର୍ଗତ ଗଡଗଡ ବାହାଲ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ୭ ଜଣ ସାମାନ୍ୟ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ଜୁଜୁମୁରା ପୋଲିସ ଓ ସିଆରପିଏଫ ଜବାନ ପହଞ୍ଚି ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ତେଵେ ବସ ଡ୍ରାଇଭର ଓ କଣ୍ତକ୍ଟରକୁ ଅଟକ ରଖିଛି ପୋଲିସ୍ ।
ବସ ରାତି ପ୍ରାୟ ୮.୨୦ ସମୟରେ ଗଡଗଡ ବାହାଲ ନିକଟ ଜାତୀୟ ରାଜପଥରେ ଥିବା ରେଲଓ୍ବେ ଅଣ୍ତର ପାସରେ ଭାରସାମ୍ୟ ହରାଇ ବାମ ପଟ କଂକ୍ରିଟ ପିଲରରେ ଧକ୍କା ହୋଇଥିଲା । ଫଳରେ ବସର ସମ୍ମୁଖ ପଟ ଓ ବାମ ପଟ ଜୋରରେ ଧକ୍କା ଲାଗିଥିଲା । ଏହାର ସମ୍ମୁଖ ପଟ କାଚ ଓ ଅଧିକାଂଶ ଅଂଶ ଭାଙ୍ଗିଛି । ଏଥିରେ ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି ।
Powered by Froala Editor