ଭଗବତ ଗୀତା ପଢ଼ିବେ ପିଲା
ଅହମ୍ମଦାବାଦ: ହିନ୍ଦୁ ଧର୍ମର ପ୍ରମୁଖ ଗ୍ରନ୍ଥ ଭଗବତ ଗୀତା ପଢ଼ିବେ ପିଲା। ସରକାରୀ ସ୍କୁଲରେ ଏହି ଗ୍ରନ୍ଥ ଅଧ୍ୟୟନ ନେଇ ନିଷ୍ପତ୍ତି ହୋଇଛି। କ୍ଲାସ ୬ରୁ୧୨ ମଧ୍ୟରେ ସ୍କୁଲ ସିଲାବସ୍ ରେ ଭଗବତ ଗୀତାକୁ ସାମିଲ କରିବା ନେଇ ଗୁଜରାଟ ସରକାର ନିର୍ଣ୍ଣୟ ନେଇଛନ୍ତି। ଏ ସମ୍ପର୍କରେ ଏକ ସର୍କୁଲାର ପାରିତ ହୋଇଛି । ମୁଖ୍ୟତଃ ଦେଶର ପରମ୍ପରା ଏବଂ ଗର୍ବ ଗୌରବର ଭାବନାରେ ହୃଦବୃଦ୍ଧ ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଭାରତର ମହାନ ଗୌରବଶାଳି ସଂସ୍କୃତି ଏବଂ ଜ୍ଞାନ ମୀମାଂଶାକୁ ସାମିଲ କରାଯିବା ଜରୁରୀ। ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିକାଶ ହୋଇପାରବି ବୋଲି ଗୁଜରାଟ ଶିକ୍ଷାମନ୍ତ୍ରୀ ଜିତୁ ଭଗାନି କହିଛନ୍ତି। ସେ କହିଛନ୍ତି ଯେ, ଭଗବତ ଗୀତାର ମୂଲ୍ୟ, ନୀତି ଏବଂ ଏହାର ଗୁରୁତ୍ୱ ସବୁ ଧର୍ମର ଲୋକଙ୍କ ଗ୍ରହଣ ହୋଇପାରିଛି।
ତେଣୁ ଷଷ୍ଠ ଷ୍ରେଣୀ ଛାତ୍ରଙ୍କ ନିମନ୍ତେ ଗୀତାକୁ ଏଭଳି ସରଳ ଢଙ୍ଗରେ ଉପସ୍ଥାପନ କରାଯିବି ସେମାନେ ଯେମିତି ବୁଝି ପାରିବେ ବୋଲି କହିଛନ୍ତି। ପରେ କାହାଣୀ ଗୁଡ଼ିକୁ ଶ୍ଳୋକ, ଗୀତ, ରଚନା, ତର୍କ, ଖେଳ ଏବଂ କୁଇଜ୍ ମାଧ୍ୟମରେ ବୋଧଗମ୍ୟ ହେବା ଭଳି ଉପସ୍ଥାପନ କରାଯିବ। ଏ ବାବଦରେ ସ୍କୁଲକୁ ସରକାରଙ୍କ ଦ୍ୱାରା ସବୁ ସୁବିଧା ଯୋଗାଇ ଦିଆଯିବ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପିଲାମାନଙ୍କୁ କାହାଣୀ ମାଧ୍ୟମରେ ଗୀତା ଶିକ୍ଷା ଦିଆଯିବ। ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ ଗୀତାର ଗଭୀର ଜ୍ଞାନ ତଥା ସାର କଥା ଅଧ୍ୟୟନ କରାଯିବ। ତେବେ ଏହି ନିଷ୍ପତ୍ତିକୁ ଉଭୟଙ୍କ କଂଗ୍ରେସ ଓ ଆମ ଆଦମୀ ପାର୍ଟି ସ୍ୱାଗତ କରିଛନ୍ତି।
Powered by Froala Editor