ପଞ୍ଜାବରୁ ହଟିଲା କରୋନା କଟକଣା
କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପଞ୍ଜାବ ସରକାର ସମସ୍ତ ପ୍ରକାରର କଟକଣା ହଟାଇ ଦେଇଛନ୍ତି। ଏହି ନିୟମ ତତ୍କାଳ ଭାବେ ଲାଗୁ କରାଯାଇଛି। ତେବେ ସରକାର ସମସ୍ତଙ୍କୁ କୋଭିଡର ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଲୋକମାନେ ସଂକ୍ରମଣ ରୋକିବା ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ଅବଲମ୍ବନ କରିବେ। ଏହି ନିର୍ଦ୍ଦେଶନାମାକୁ ପଞ୍ଜାବର ସମସ୍ତ ଜିଲ୍ଲାପାଳ ଓ ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଇ ଦିଆଯାଇଛି।
ପଞ୍ଜାବ ସରକାରଙ୍କ ଗୃହ ବିଭାଗର ପ୍ରିନ୍ସିପାଲ ସଚିବ ଅନୁରାଗ ବର୍ମା କହିଛନ୍ତି ଯେ “ସଂକ୍ରମଣ କମୁଥିବାରୁ ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ସଂକ୍ରାମକ ରୋଗ ଆଇନ ୧୯୮୭ର ସେକସନ ୨ରେ ଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ତତ୍କାଳ ଭାବେ ସମସ୍ତ ପ୍ରକାରର କରୋନା କଟକଣାକୁ ହଟାଇ ଦେଇଛନ୍ତି।
Powered by Froala Editor