ନୱାବ ମଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ

ମୁମ୍ବଇ: ମହାରାଷ୍ଟ୍ରର ବମ୍ବେ ହାଇକୋର୍ଟ ମଙ୍ଗଳବାର ଦାଉଦ ଇବ୍ରାହିମ୍ ଲିଙ୍କ୍ ଓ ବେଆଇନ ଅର୍ଥ କାରବାର ମାମଲାରେ ମନ୍ତ୍ରୀ ନୱାବ ମଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏନସିପି ନେତା ନବାବ ମଲିକ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ତାଙ୍କ ବିରୋଧରେ ରୁଜୁ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାକୁ ରଦ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଗିରଫଦାରୀ ବେଆଇନ ଓ ତାଙ୍କୁ ତୁରନ୍ତ ଛାଡ଼ି ଦିଆଯାଉ ବୋଲି ମଲିକ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ।
ସୂଚନାଯୋଗ୍ୟ, ଫେବୃୟାରୀ ୨୩ ତାରିଖରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲେ। ସେ ଦାଉଦ ଇବ୍ରାହିମର ଘନିଷ୍ଠ ବନ୍ଧୁଙ୍କଠାରୁ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଥିଲା। ଏଥିସହ ବେଆଇନ ଅର୍ଥ କାରବାର ମାମଲାରେ ମଧ୍ୟ ତାଙ୍କ ସମ୍ପୃକ୍ତି ନେଇ ଇଡି ଯାଞ୍ଚ କରୁଛି।
Powered by Froala Editor