ଇସ୍ତଫା ଦେଲେ ଭୁବନେଶ୍ୱର ବିଜେଡ଼ି ମେୟର ପ୍ରାର୍ଥୀ

ଭୁବନେଶ୍ୱର : ଭୁବନେଶ୍ୱର ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ସରକାର ଗ୍ରହଣ କରିନେଇଛନ୍ତି ।
ସୂଚନାଯୋଗ୍ୟଯେ, ଏବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସୁଲୋଚନା ଦାସ । ମେୟର ପ୍ରାର୍ଥୀ ହେବା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ କମିସନର ଥିଲେ । ତେବେ ବିଜୁ ଜନତା ଦଳ ତାଙ୍କୁ ପ୍ରାର୍ଥୀ କରିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଗତ ମାର୍ଚ୍ଚ ୬ରେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବାବେଳେ ୭ ତାରିଖରେ ଏହାକୁ ସରକାର ଗ୍ରହଣ କରିଥିଲେ ।
ମେୟର ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସୁଲୋଚନା ଦାସ ପ୍ରଚାର ଆରମ୍ଭ କରିଛନ୍ତି । ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ପରେ ସୁଲୋଚନା ପ୍ରଚାର ଆରମ୍ଭ କରିଥିଲେ । ଅପରପକ୍ଷରେ କେତେକ ପୂର୍ବତନ କର୍ପୋରେଟର ଟିକେଟ ନପାଇ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତାଙ୍କୁ ଦଳ ମନାଇବାରେ ସମର୍ଥ ହୋଇପାରିଛି ।
Powered by Froala Editor