ଭୋଟ ଗଣତି କେନ୍ଦ୍ରରେ ଉତ୍ତେଜନା, ଷ୍ଟ୍ରଙ୍ଗରୁମ ପରିସରରେ ଧସେଇ ପସିଲେ ଲୋକ
କାକଟପୁର: : ଆରମ୍ଭ ହୋଇଯାଇଛି ପଞ୍ଚାୟତ ଭୋଟ ଗଣତି ପ୍ରକ୍ରି୍ରୟା । ଆଜିଠୁ ତିନି ଦିନ ଧରି ଚାଲିବ ପଂଚାୟତ ନିର୍ବାଚନ ଭୋଟ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ନିରବଚ୍ଛିନ୍ନ ଭାବେ ଚାଲିଛି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ହେବ । ରଙ୍ଗ ଅନୁସାରେ ବାଲାଟ ପେପର ସର୍ଟିଂ ପରେ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରତି ପଂଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଦାୟିତ୍ୱରେ ରହିଛନ୍ତି । ପ୍ରତି ଟେବୁଲରେ ୨ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି ।
ଏହାରି ଭିତରେ କାକଟପୁର ଭୋଟ ଗଣତି କେନ୍ଦ୍ରରେ ଉତ୍ତେଜନ ଦେଖା ଦେଇଛି । ଷ୍ଟ୍ରଙ୍ଗରୁମ ପରିସରରେ ଧସେଇ ପଶିଲେ ଲୋକେ । ସକାଳୁ ଭୋଟ ଗଣତି ଆରମ୍ଭ ପୂର୍ବରୁ ପ୍ରତି ଦଳରୁ ସଭାପତି ମାନଙ୍କୁ ଉପସ୍ଥିତ ପାଇଁ ଅନୁମତି ଥିବାବେଳେ ପରେ କିଛି କର୍ମୀ ଗେଟ୍ ଭାଙ୍ଗି ଗଣତି ପରିସରରେ ପସିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି । ଏହାକୁ ନେଇ ଭୋଟ ଗଣତିରେ ବିଳମ୍ବ ଦେଖାଦେଇଛି ।
Powered by Froala Editor