ବଡ ଖବର: ୧୭ହଜାର ପରିବର୍ତ୍ତେ ମାସିକ ୧୦ହଜାର ଦେବାକୁ ସୁମିତଙ୍କୁ ହାଇକୋର୍ଟଙ୍କ ନିଦେ୍ର୍ଧଶ

ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ତପସ୍ୱିନୀ ବିବାଦ ମାମଲାକୁ ନେଇ ଆସିଲା ବଡ ଖବର । ସୁମିତଙ୍କ ପକ୍ଷରୁ ଦିଆଯାଇଥିବା ମାସିକ ପାରିତୋଷିକ ହ୍ରାସ ପାଇଛି । ମାସିକ ୧୭ ହଜାର ବଦଳରେ ୧୦ହଜାର ଦେବାକୁ କୁହାଯାଇଛି । ୧୭ହଜାର ପରିବର୍ତ୍ତେ ମାସିକ ୧୦ହଜାର ଦେବାକୁ ସୁମିତଙ୍କୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟତ୍ର ରହଣୀ ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ହଜାର ଦେବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
ଏହାସହିତ କୋର୍ଟ ଆହୁରି ମଧ୍ୟ କହିଛନ୍ତି ମାମଲାର ପରବର୍ତ୍ତି ଶୁଣାଣୀ ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି । ଏନେଇ ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାନସ ଚାନ୍ଦ୍ ସୂଚନା ଦେଇଛନ୍ତି ।
Powered by Froala Editor