ସେଓ ଖାଇବା ପରେ ଭୁଲରେ ପିଅନ୍ତୁ ନାହିଁ ପାଣି
ଦୈନନ୍ଦିନ ଜୀବନରେ ପ୍ରତିଦିନ ଗୋଟିଏ ଲେଖାଏ ସେଓ ଖାଇବା ନିହାତି ଆବଶ୍ୟକ । ସକାଳୁ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥିଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଶରୀରକୁ ରୋଗମୁକ୍ତ ରଖିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ୍ ସମୟରେ ଖାଆନ୍ତି କିମ୍ବା ଖାଇସାରି ଏହି ସବୁ ଭୁଲ କରନ୍ତି ତାହେଲେ ଆପଣ ସାଙ୍ଘାତିକ ସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ।
. ସେଓ ଖାଇବା ପରେ ଭୁଲରେ ମଧ୍ୟ ପାଣି ପିଅନ୍ତୁ ନାହିଁ । ପାଣି ପିଇଲେ କଫ ସମସ୍ୟା ଦେଖାଯାଇଥାଏ । ତେଣୁ ଅତି କମରେ ସେଓ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବାକୁ ଚେଷ୍ଟା କରନ୍ତୁ ।
.ସେଓ ଖାଇବା ପରେ ଖଟା ଜାତୀୟ ଖାଦ୍ୟ ଭୂୁଲ୍ରେ ବି ଖାଆନ୍ତୁ ନାହିଁ । ଖଟା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ ।
.ସେଓ ଖାଇବା ପରେ ତୁରନ୍ତ ମୂଳା ଖାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ଶରୀରରେ ଧଳା ରଙ୍ଗର ଦାଗ ଦେଖା ଯାଇଥାଏ ।
Powered by Froala Editor