Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ...

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ...

  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ...

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ...

  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ ...

  • ବେଟି ବଚାଓ କହୁଥିବା ଦଳର ...

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

ରାଜନୀତି
Home ›› ରାଜନୀତି ››ଆସିଲା ଏକ୍‌ଜିଟ ପୋଲ୍ ରିପୋର୍ଟ : ଜାଣନ୍ତୁ କିଏ କେଉଁଠି ଗଢ଼ିବେ ସରକାର

ଆସିଲା ଏକ୍‌ଜିଟ ପୋଲ୍ ରିପୋର୍ଟ : ଜାଣନ୍ତୁ କିଏ କେଉଁଠି ଗଢ଼ିବେ ସରକାର

2021-04-29 19:24:46
15379
Share:
Facebook
Twitter
E-Mail
WhatsApp
Telegram
ଆସିଲା ଏକ୍‌ଜିଟ ପୋଲ୍ ରିପୋର୍ଟ : ଜାଣନ୍ତୁ କିଏ କେଉଁଠି ଗଢ଼ିବେ ସରକାର

ପଶ୍ଚିମବଙ୍ଗରେ ଆଜି ନିର୍ବାଚନ ସରଥିବା ବେଳେ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଶେଷ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗ ଏକଜିଟ୍‌ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । କେଉଁଠି କେଉଁ ସରକାର ସେନେଇ ଏକ ଆନୁମାନିକ ସଂକେତ ମିଳିପାରିବ। 

ପଶ୍ଚିମବଙ୍ଗ :

କରୋନା ସଂକ୍ରମଣ ଭିତରେ ହାଇଭୋଲଟେଜ୍‌ ପ୍ରଚାର ଓ ରୋଡ ଶୋ’ କରି ବେଙ୍ଗଲରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବା ବିଜେପିକୁ ଲାଗିବ ଶକ୍ତ ଝଟକା। ବେଙ୍ଗଲରେ ପୁଣି ୫ ବର୍ଷ ପାଇଁ ଶାସନ ମଙ୍ଗ ଧରିବେ ମମତା ବାନାର୍ଜୀ। ଟିଏମସିର ଶତାଧିକ ନେତାଙ୍କ ବିଦ୍ରୋହ ତଥା ଦଳୀୟ କନ୍ଦଳ ସତ୍ତ୍ୱେ ବେଙ୍ଗଲରେ ମମତାଙ୍କ ଯାଦୁ ଦେଖିବାକୁ ମିଳିବ। କେବଳ ରିପବ୍ଲିକ ଟିଭି ଓ ଜନ କି ବାତ୍‌କୁ ଛାଡ଼ି ଦେଲେ ଆଉ ସବୁ ନ୍ୟୁଜ ଚ୍ୟାନେଲ ମମତା ବାଜିମାତ କରିବେ ବୋଲି ଆକଳନ କରିଛନ୍ତି। ଏହି ଚ୍ୟାନେଲ ପଶ୍ଚିମବଙ୍ଗରେ ବିଜେପି ଶାସକ ଟିଏମସି ଠାରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ ହେଁ କାହାକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳିପାରିବ ନାହିଁ ବୋଲି କହିଛି।

ତାମିଲନାଡୁ:

ତାମିଲନାଡୁରେ କ୍ଷମତା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କ୍ଷମତାସୀନ ଏଆଇଡିଏମକେ କ୍ଷମତାଚ୍ୟୁତ ହେବାର ସମ୍ଭାବନା ଥିବାବେଳେ ଡିଏମକେ କ୍ଷମତା ହାସଲ କରିବାର ସମ୍ଭାବନା ରହିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ବୁଥବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟରେ ଡିଏମକେ କ୍ଷମତା ଦୌଡ଼ରେ ଆଗୁଆ ଥିବା କୁହାଯାଇଛି । ରିପବ୍ଲିକ-ସିଏନଏକ୍ସ ରିପୋର୍ଟ ଅନୁସାରେ ଡିଏମକେ ୧୬୦-୧୭୦ଟି ଆସନ ଜିତିବ । ସେହିପରି ଏଆଇଡିଏମକେ ୫୮-୬୮ଟି ଆସନ ଜିତିବ ଓ ଅନ୍ୟମାନେ ୪-୬ଟି ଆସନ ଜିତିବେ । ଟୁଡେଜ୍-ଚାଣକ୍ୟର ଏକଜିଟ ପୋଲ ଅନୁସାରେ ଡିଏମକେ ୧୬୪-୧୮୬ଟି ଆସନ ଜିତିବ । ସେହିପରି ଏଆଇଡିଏମକେ ୪୬-୬୮ଟି ଆସନ ଜିତିବ ଓ ଅନ୍ୟମାନେ ୦-୮ଟି ଆସନ ଜିତିବେ ।

କେରଳ:

କେରଳରେ ଜାରି ରହିବ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଜଲୱା। କେରଳର ୧୪୦ ବିଧାନସଭା ଆସନରୁ ବିଜୟନଙ୍କ ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ଏଲଡିଏଫ) ୧୦୪ରୁ ୧୨୦ଟି ଆସନରେ ଜିତି ପୁଣି ସରକାର ଗଠନ କରିବ। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୨୦ରୁ ୩୬ଟି ଓ ବିଜେପି ନେତୃତ୍ୱାଧୀନ ଏନଡିଏ କେବଳ ଶୂନରୁ ୨ଟି ଆସନ ଜିତିବାକୁ ସକ୍ଷମ ହେବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲରେ ଏପରି ଆକଳନ କରାଯାଇଛି।

ତେବେ ମେ’ ୨ ତାରିଖରେ ହିଁ ଅସଲ ଚିତ୍ର ସାମ୍ନାକୁ ଆସିବ। କାରଣ ମେ’୨ରେ ଭୋଟ ଗଣତି ସହ ନିର୍ବାଚନ କମିଶନ ଫଳା‍ଫଳ ଘୋଷଣା କରିବେ। ରାଜ୍ୟର ୧୪୦ଟି ଆସନରେ ଏପ୍ରିଲ ୬ରେ ଭୋଟିଂ ହୋଇଥିଲା। ଇଣ୍ଡିଆ ଟୁଡେ ୨୮,୧୨୪ ଜଣଙ୍କ ଲୋକଙ୍କ ମତକୁ ନେଇ ଏପରି ଆକଳନ କରିଛି।

ଆସାମ:

ଇଣ୍ଡିଆ ଟୁଡେ-ମାଇ ଆକ୍ସିସ୍ ମାଇ ଇଣ୍ଡିଆ ଏକଜିଟ ପୋଲ ଅନୁସାରେ ଆସାମରେ ପୁଣି ବିଜେପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ । ରାଜ୍ୟର ମୋଟ ୧୨୬ ଆସନ ମଧ୍ୟରୁ ବିଜେପି ୭୫-୮୫ଟି ଆସନ ଜିତିବାର ସମ୍ଭାବନା ଥିବାବେଳେ କଂଗ୍ରେସ ୪୦-୫୦ଟି ଆସନ ଜିତିବ  ଓ ଅନ୍ୟମାନେ ୧-୨ ଟି ଆସନ ଜିତିବାର ସମ୍ଭାବନା ରହିଛି । ସେହିପରି ଟୁଡେଜ ଚାଣକ୍ୟ ଅନୁସାରେ ବିଜେପି ୬୧-୭୯ଟି ଆସନ ଜିତିବାକୁ ଥିବାବେଳେ କଂଗ୍ରେସ ୪୭-୬୫ଟି ଆସନ ଜିତିବ ଓ ଅନ୍ୟମାନେ ୦-୩ଟି ଆସନ ଜିତିବାର ସମ୍ଭାବନା ରହିଛି ।

ପୁଡୁଚେରୀ :

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କ୍ଷମତାକୁ ଫେରିପାରିବ ନାହିଁ କଂଗ୍ରେସ। ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଅଧାରୁ ଭାଙ୍ଗିଥିବା କଂଗ୍ରେସ ସରକାରକୁ ମେ’ ୨ରେ ଜୋରଦାର ଝଟକା ଲାଗିପାରେ। କାରଣ ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ, ପୁଡୁଚେରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବ। କଂଗ୍ରେସ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିବ। ପୁଡୁଚେରୀର ୩୦ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ଭୋଟିଂ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୬। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Powered by Froala Editor

Tags election states

Related articles Odisha News Lens 4.1

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14153
    Jun 24, 2025
  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ
    ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14214
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ
    ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13582
    Jun 24, 2025
  • ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ
    ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13647
    Jun 24, 2025
  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...
    ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...

    14289
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14938
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13959
    Jun 24, 2025
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ
    ଦେଶ-ଦେଶାନ୍ତର

    ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ

    14038
    Jun 24, 2025
  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ
    ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13741
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15293
    Jun 24, 2025
  • ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13647
    Jun 24, 2025
  • ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13959
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17014
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14938
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13959
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15856
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15181
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    16026
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14999
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13794
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ଯୁବତୀ

    14289
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13959
    Jun 24, 2025
  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13741
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In