ପ୍ରଥମ ଥର : ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ବିକଳ୍ପ NOTA
ଫେବ୍ରୁଆରୀ ୧୬ରୁ ପଞ୍ଚାୟତ ଭୋଟ । ପାଞ୍ଚଟି ପର୍ଯ୍ୟାୟରେ ହେବ ମତଦାନ । ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ତେବେ ପ୍ରଥମ ଥର ପାଇଁ ଚଳିତ ପୌର ଭୋଟରେ ରହିବ NOTA । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ପ୍ରାର୍ଥୀ ନା ପସନ୍ଦ ହେଲେ NOTAରେ ଭୋଟ ଦେଇପାରିବେ ଭୋଟର । ସମ୍ବିଧାନର ଧାରା ୨୪୩ ଜେଡ୍ଏରେ ଦିଆଯାଇଥିବା କ୍ଷମତାର ଉପଯୋଗ କରି ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ‘NOTA’ର ବ୍ୟବହାର ହୋଇଆସୁଛି। ତେବେ ପ୍ରଥମ ଥର ପାଇଁ ପୌର ଭୋଟରେ ରହିବ NOTA । ସୂଚନା ଅନୁଯାୟୀ, ଇଭିଏମ୍ ପ୍ୟାନେଲ୍ରେ ଶେଷ ପ୍ରାର୍ଥୀଙ୍କ ନାଁ ପରେ ‘ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି’ ବୋଲି ଉଲ୍ଲେଖ ରହିବ ଓ ତା’ ସହିତ ପ୍ରାର୍ଥୀଙ୍କ ଚିହ୍ନ ଭଳି ‘NOTA’ ପାଇଁ ମଧ୍ୟ ଏକ ଚିହ୍ନ ରହିବ।
ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଥର ପୌର ନିର୍ବାଚନରେ ଇଭିଏମ୍ର ବ୍ୟବହାର କରାଯିବ ବୋଲି କୁହାଯାଇଥିଲା।
Powered by Froala Editor