ଭିଜିଲାନ୍ସ ଜାଲରରେ ସରକାରୀ ବାବୁ
ନରସିଂହପୁର: ସରକାରଙ୍କ ଦୁର୍ନିତି ବିରୋଧୀ ଅଭିଯାନ ଜାରି ରହିଛି । ଲାଞ୍ଚ ନେବା ପଡିଲା ମହଙ୍ଗା । ଆଜି ଭିଜିଳାନ୍ସ ଜାଲରେ ପସିଛନ୍ତି ନରସିଂହପୁର ଆଇଆଇସି । କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ କୁମାର ଗଡରିଆ ଲାଞ୍ଚ ନେବାବେଳେ ଧରାପଡିଲେ । ସେ ଏକ ମାମଲାର ରଫାଧଫା ପାଇଁ ୨୦ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ କବଳରେ ପଡିଥିଲେ ।
ଆଇଆଇସିଙ୍କ ଥାନା ଅଫିସ, କ୍ୱାଟର ଓ ଯୁଯୁମରା ଘରେ ବର୍ତ୍ତମାନ ଭିଜିଲାନ୍ସ ରେଡ୍ ଜାରି ରହିଛି ।
Powered by Froala Editor