କୃଷ୍ଣପ୍ରସାଦ-ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ
ବ୍ରହ୍ମଗିରି: କୃଷ୍ଣପ୍ରସାଦ-ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ମଁଏସା ଗାଁ ପାଖ ଚିଲିକା ମଝିରେ ଫସିରହିଲା ଯାତ୍ରୀବାହୀ ଭସାପୋଲ । ୧୦୦ରୁ ଅଧିକ ଯାତ୍ରୀ ଓ ୧୦ଟି ବାଇକ୍ ସହ ୨ଟି ବସ୍ ଫସିଥିବା ସୂଚନା ମିଳିଛି ।
ଚ୍ୟାନେଲରେ ପାଣି କମ ଥିବାରୁ ଏହି ଭଳି ସମସ୍ୟା ଉପୁଜିଛି । ସକାଳ ୭ଟା ୩୦ ରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିଛି ବାଟ ଗଲା ପରେ ଚ୍ୟାନେଲ୍ ଠାରୁ ବିଚ୍ୟୁତ ହୋଇ ଚିଲିକା ମଝିରେ ଲାଗି ରହିଥିଲା । ଗତ ମାସରେ ମଧ୍ୟ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ।ଏହାପରେ ପ୍ରାୟ ଏକ ଘଣ୍ଟା ପରେ ମଝି ଦରିଆରେ ଅଟକିଥିବା ଯାତ୍ରୀବାହୀ ଭସାପୋଲଟି ଉଦ୍ଧାର କରାଯାଇଛି । ଲୋକେ ସୁରକ୍ଷିତ ଭାବେ ଯାତ୍ରା କରିଛନ୍ତି । CDA କର୍ମଚାରୀ ପହଞ୍ଚି ଦୁଇଟି JCB ସାହାଯ୍ୟରେ ଟ୍ରାକକୁ ଅଣାଯାଇଛି ।
Powered by Froala Editor