ଯବାନଙ୍କ ଆତ୍ମହତ୍ୟା

କଲ୍ୟାଣସିଂହପୁର: ଶତ୍ରୁ ସହ ଲଢିବା ପାଇଁ ଯବାନମାନଙ୍କୁ ରାଇଫଲ ଦିଆଯାଇଥାଏ । ତେବେ ସେହି ରାଇଫଲରେ ଜଣେ ଯବାନ ଶତ୍ରୁ ବଦଳରେ ନିଜର ଜୀବନ ନେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ନିଜ ରାଇଫଲରୁ ଗୁଳି କରି ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । କାଶୀପୁର ଥାନା ବିଏସଏଫ ୬୮ ବାଟାଲିୟନର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ଜଣକ ହେଲେ ଦିଲ୍ଲୀପ ମାଇ । ସବୁ ଠାରୁ ବଡ଼ କଥା ହେଲା ଯେ, ଗତ ୪ ମାସ ତଳେ ସେ ବିବାହ କରିଥିଲେ । ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ପାରିବାରିକ କଳହ ଯୋଗୁଁ ସେ ଏପରି କରିଥାଇପାରନ୍ତି ବୋଲି ସନେ୍ଦହ କରାଯାଉଛି ।
Powered by Froala Editor