ଘାଟିରେ ବସ୍ ଓଲଟି ୮ ଗୁରୁତର

ରାଶିବାଡି ଘାଟିରେ ଏକ ଯାତ୍ରୀବାହୀ ବସ୍ ଓଲଟି ୮ ଜଣ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ଥାନା ଅଞ୍ଚଳରେ । ଗୁରୁତରଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣା ପରେ ରାଶିବାଡି ଘାଟିରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନାନୁସାରେ, ଗୁରୁବାର ରାତିରେ ଇସପାତ୍ ନାମକ ବସଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା । ଶୁକ୍ରବାର ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଏହା ଓଲଟି ପଡିବାରୁ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ରହିଛନ୍ତି । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
Powered by Froala Editor