ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ସେ ବାପା ହୋଇଥିବା ସୂଚନା ଦେଇଛନ୍ତି । ହେଲେ ଏବେ ବିରୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିରାଟଙ୍କ ଭାଇ ବିକାଶ ବିରାଟ ଏବଂ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ବିକାଶ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରୁଷ୍କାଙ୍କ ଝିଅର ପାଦର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଓ୍ବେଲକମ୍ ଲେଖାଯାଇଛି । ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ସେୟାର କରି ବିକାଶ ଲେଖିଛନ୍ତି, ‘ଘରକୁ ଆସିଲା ଛୋଟ ପରୀ, ଖୁସିର ଠିକଣା ନାହିଁ ।’
ତେବେ ବିରୁଷ୍କା ଝିଅର ନାମ କ’ଣ ରଖିଲେ ତାହା ଜାଣିବା ପାଇଁ ପ୍ରଶଂସକଙ୍କମାନେ ଚାହିଁ ବସିଛନ୍ତି। ଏପରିକି ଅଧିକାଂଶ ପ୍ରଶଂସକ ତାଙ୍କୁ ଝିଅର ନାମ ସଜେଷ୍ଟ ମଧ୍ୟ କରିଛନ୍ତି। ତେବେ ବିରୁଷ୍କା ଝିଅର ନାମ ଫାଇନାଲ କରିସାରିଛନ୍ତି। ଏ ନେଇ ଅଫିସିଆଲି କିଛି ଘୋଷଣା କରାଯାଇ ନାହିଁ।
ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ ଏବଂ ଅନୁଷ୍କା ଝିଅର ନାମ ଅନ୍ଭି ରଖିଛନ୍ତି। ଏହି ନାମ ଅନୁଷ୍କାଙ୍କ ପ୍ରଥମ ଅକ୍ଷର ଏଏନ୍ ଏବଂ ବିରାଟଙ୍କ ଭିଆଇକୁ ମିଶାଇ ରଖାଯାଇଛି। ଅନ୍ଭି ହିନ୍ଦୁ ଧର୍ମର ଏକ ଦେବୀଙ୍କ ନାମ। ଦେଶର ଅନେକ ସ୍ଥାନରେ ମା’ ଲକ୍ଷ୍ମୀ ଅନ୍ଭି ନାମରେ ପରିଚିତ। ଅନ୍ଭିକୁ ଜଙ୍ଗଲର ଦେବୀ ମଧ୍ୟ କୁହାଯାଏ।
41total visits,1visits today