ଭାରତକୁ ସହାୟତାର ହାତ ବଢ଼ାଇଲେ ବ୍ରେଟ ଲି, କେତେଟଙ୍କା ଦାନ କରିଛନ୍ତି ଜାଣନ୍ତୁ?

ନୂଆଦିଲ୍ଲୀ: ପ୍ୟାଟ କମିନ୍ସଙ୍କ ପରେ ବ୍ରେଟଲି ମଧ୍ୟ ଭାରତର କୋଭିଡ ସ୍ଥିତି ଗମ୍ଭୀରତାକୁ ହୃଦୟଙ୍ଗମ କରି ସହାୟତାର ହାତ ବଢ଼ାଇଛନ୍ତି । ଏହି ପୂର୍ବତନ ଅଷ୍ଟ୍ରଲୀୟ ଦ୍ରୁତ ବୋଲର ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ୧ ବିଟ୍ କଏନ୍ (ପ୍ରାୟ ୪୦.୬୭ ଲକ୍ଷ) ଟଙ୍କା ଦାନ କରିଛନ୍ତି । ଭାରତୀୟ ଡାକ୍ତରଖାନା ଗୁଡିକୁ ଅମ୍ଳଜାନ ଯୋଗାଣ ଲାଗି ସେ ଏହି ଅର୍ଥ ଦାନ କରିଛନ୍ତି । ‘ଭାରତ ମୋ ପାଇଁ ଦ୍ୱିତୀୟ ଘର ଭଳି । ଏଠାରୁ ମୋତେ ପେସାଦାର ଜୀବନ ଏବଂ ଅବସର ପରେ ବି ଭଲ ପାଇବା ଓ ଶ୍ରଦ୍ଧା ମିଳିଛି । ଏହା ମୋ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଛି । କ୍ରିପଟୋ ରିଲିଫ୍ ପାଣ୍ଠିକୁ ଦାନ କରି ମୁଁ ନିଜକୁ ଧନ୍ୟ ମଣୁଛି’ ବୋଲି ବ୍ରେଟ୍ ଲି ଟ୍ୱିଟ୍ କରିଛନ୍ତି । କରୋନା ଲଢେ଼ଇର ଆଗଧାଡ଼ିର ଯୋଦ୍ଧାମାନଙ୍କୁ ବି ବ୍ରେଟ୍ ଲି ଧନ୍ୟବାଦ ଜଣାଇଛନ୍ତି । କରୋନାର ସମସ୍ତ କଟକଣା ଓ ନିୟମାବଳୀକୁ ମାନି ଚଳିବାକୁ ସମସ୍ତ ଲୋକମାନଙ୍କୁ ବ୍ରେଟ୍ ଲି ଅନୁରୋଧ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସ ସୋମବାର ‘ପିଏମ୍ କେୟାର୍ସ ଫଣ୍ଡ’କୁ ୩୭ ଲକ୍ଷ ଟଙ୍କା ଦାନ କରିବା ପରେ ବ୍ରେଟ୍ ଲି ଏହାଦ୍ୱାରା ପ୍ରଭାବିତ ହୋଇଥିବା ବିଶ୍ୱାସ କରାଯାଉଛି ।
Powered by Froala Editor