ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍. ଜୟଶଙ୍କର
ଜାତିସଂଘ ସାଧାରଣ ସଭା (ୟୁଏନ୍ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା ପାଇଁ କ୍ରମାଗତ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ବ୍ୟକ୍ତି ବା ଦେଶର ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନରେ ଉଦ୍ବୋଧନ ଦେଇ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ ନାଁ ନ ନେଇ ଜୟଶଙ୍କର କହିଥିଲେ, ଶୁକ୍ରବାର ଏଠାରେ ଆତଙ୍କବାଦକୁ ଗ୍ରହଣୀୟ ବୋଲି ଦର୍ଶାଇବା ଏବଂ ଏହାର କୁପରିଣାମରୁ ବର୍ତ୍ତିବା ପାଇଁ ଯୁକ୍ତି ଉପସ୍ଥାପନ କରାଯାଉଥିଲା। ବନ୍ଧୁତା ଓ ସଦ୍ଦିଚ୍ଛା ଆତଙ୍କବାଦ ସହ ଏକାଠି ରହିପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି।
ଜୟଶଙ୍କର ବିଶ୍ୱ ନେତାମାନଙ୍କୁ କହିଛନ୍ତି, ଆତଙ୍କବାଦର ବିଭୀଷିକା ଶାନ୍ତି ପ୍ରତି ଏକ ନିରନ୍ତର ବିପଦ। ଏହା ରାଷ୍ଟ୍ର ପ୍ରାୟୋଜିତ ହୋଇପାରେ, ଯାହାର ସୀମାପାର ଉଦ୍ଦେଶ୍ୟ ରହିଛି, ତାହା ବିଶ୍ୱ ବ୍ୟବସ୍ଥା ପ୍ରତି ପ୍ରତ୍ୟକ୍ଷ ଆହ୍ବାନ ବୋଲି କହିଛନ୍ତି।
Powered by Froala Editor