ଥାନା ଆଗରେ ହତ୍ୟା, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଅଭିଯୋଗ କରିବାକୁ ଆସୁଥିବା ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ । ଏ ଘଟଣା ଆଉ କେଉଁଠି ନୁହେଁ ଥାନା ସାମ୍ନାରେ ଘଟିଛି । ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ। ମୃତ ମହିଳା ଜଣକ ହେଉଛନ୍ତି ଲୋଇସିଂ ଗାଁର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର ।
ସୂଚନା ମୁତାବକ, ପୂର୍ବରୁ ମହିଳାଙ୍କ ସହ ଅଭିଯୁକ୍ତର କଳହ ଲାଗି ରହିଥିଲା । ଏନେଇ ଉକ୍ତ ମହିଳା ଜଣଙ୍କ ଥାନାକୁ ଅଭିଯୋଗ କରିବା ପାଇଁ ଆସୁଥିବାବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିଛନ୍ତି ।
ସେପଟେ ଖୋଦ ସୁରକ୍ଷା ବଳୟ ଅର୍ଥାତ ଥାନା ଆଗରେ ମହିଳାଙ୍କୁ ହତ୍ୟା କରିବା ପୋଲିସ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜନଗହଳୀ ପୂର୍ଣ୍ଣ ସ୍ଥାନ ତା ସାଙ୍ଗକୁ ଥାନା ସମ୍ମୁଖରେ ହତ୍ୟାକାଣ୍ଡ ଘଟିବା ଘଟଣାକୁ ନେଇ ଅସନ୍ତୋଷ ପ୍ର୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ଧରିବା ପାଇଁ ତଲାସି ଜାରି ରହିଛି ।
Powered by Froala Editor