ମହାରାଷ୍ଟ୍ରରେ ଡବଲ ମୁ୍ୟଟାଣ୍ଟର ୧୭୫ ଭ୍ୟାରିଆଣ୍ଟ
ମୁମ୍ବାଇ: ଡବଲ ମୁ୍ୟଟାଣ୍ଟ କରୋନା ଭାଇରସ କାରଣରୁ ଭାରତରେ ଦ୍ୱିତୀୟ କରୋନା ଲହରୀ ଦେଖାଯାଇଥିବା ଆଶଙ୍କା କରାଯାଉଛି । ଏପରିସ୍ଥିତିରେ ଦେଶର ୧୦ଟି ଲ୍ୟାବ ମିଳିତ ଭାବେ ପ୍ରତିଷ୍ଠା କରିଥିବା ସଂସ୍ଥା ଇଣ୍ଡିଆନ ସାର୍ସ କୋଭ-୨ କନସୋର୍ଟିଅମ ଜେନୋମିକ୍ସ (ଇନସାକୋଗ) ଚାଞ୍ଚଲ୍ୟକର ତଥ୍ୟ ଦେଇଛି । ମହାରାଷ୍ଟ୍ରରେ ଡବଲ ମୁ୍ୟଟାଣ୍ଟ କରୋନା ଭାଇରସର ୧୭୫ଟି ଭ୍ୟାରିଆଣ୍ଟ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଡବଲ ମୁ୍ୟଟାଣ୍ଟର ୧୩୩ଟି ଭ୍ୟାରିଅଣ୍ଟ, ଏବଂ ଛତିଶଗଡ଼ ଓ କର୍ଣ୍ଣାଟକରେ ୨୦ଟି ଲେଖାଏଁ ଭ୍ୟାରିଆଣ୍ଟ ମିଳିଛି । ଗତ ଫେବୃୟାରୀ ୨ରେ ପ୍ରଥମ ଥର ପାଇଁ ଗୁଜରାଟରେ ଡବଲ ମୁ୍ୟଟାଣ୍ଟ ଷ୍ଟ୍ରେନ ଚିହ୍ନଟ କରାଯାଇଥିଲା । ଗୁଜରାଟରେ ଡବଲ ମୁ୍ୟଟାଣ୍ଟ ଷ୍ଟ୍ରେନର ୧୬ଟି ଭ୍ୟାରିଆଣ୍ଟ ମିଳିଛି । ଅନ୍ୟପକ୍ଷରେ ଭାରତରେ ବି୍ରଟେନ ଷ୍ଟ୍ରେନ ସଂକ୍ରମିତ ମଧ୍ୟ ଚିହ୍ନଟ ହେଉଛନ୍ତି ।
Powered by Froala Editor