କାଲିଠୁ ଖୋଲିବନି ପ୍ରାଥମିକ ସ୍କୁଲ
ଭୁବନେଶ୍ୱର: ଉପରମୁହାଁ ହେଉଛି କରୋନା ସଂକ୍ରମଣ । କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶବାସୀଙ୍କ ମନରେ ଛନକା ପଶିଛି । କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି । ଆଜି ରାଜ୍ୟରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରହିଛି ।
ତେବେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ପ୍ରାଥମିକ ସ୍କୁଲ ଗୁଡିକ ତିନି ତାରିଖରୁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ନୂଆ ନିଦେ୍ର୍ଧଶାନାମା ମଧ୍ୟ ଜାରି କରାଯାଇଥିଲା । ସମସ୍ତ ପ୍ରକାର କୋଭିଡ କଟକଣାକୁ ଦୃଷ୍ଟରେ ରଖି ବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ତେବେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି କାଲିଠୁ ଖୋଲିବନାହିଁ ପ୍ରାଥମିକ ସ୍କୁଲ । ସ୍କୁଲ ଖୋଲିବାକୁ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ଶିକ୍ଷା ବିଭାଗ । ଦୁଇଦିନ ଧରି କରୋନା ସଂକ୍ରମିତ ବୃଦ୍ଧି ପାଉଥିବାର ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor