ଟିକା ପାଇଁ ପଞ୍ଜିକରଣ କଲେଣି ୪୫ହଜାରରୁ ଅଧିକ ପିଲା
ଭୁବନେଶ୍ୱର:୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଟିକାଦାନ ପାଇଁ ଆଜିଠୁ ଆରମ୍ଭ ହୋଇଛି ପାଇଁ ପଞ୍ଜିକରଣ । ଆସନ୍ତା ୩ତାରିଖ ଠାରୁ ପିଲାମାନଙ୍କୁ ଟିକାଦାନ କରାଯିବ । ସେଥିପାଇଁ କୋ-ୱିନ୍ ପୋର୍ଟାଲରେ ଲଗ ଇନ କରି ଓଟିପି ଜରିଆରେ ପଞ୍ଜିକରଣ କରୁଛନ୍ତି କିଶୋର କିଶେରୀ । ଏହାପରେ ସେମାନେ କୋ-ୱିନ୍ ପୋର୍ଟାଲରେ ଆପଏଣ୍ଟମେଣ୍ଟ ବୁକ୍ କରି ୩ତାରିଖ ପରଠାରୁ ଟିକା ନେଇପାରିବେ । ତେବେ ଏବେ ସୁଦ୍ଧା ୪୫ ହଜାର ପିଲା ଟିକା ବୁକିଂ କଲେଣି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
ଅନ୍ୟପଟେ ରାଜ୍ୟରେ ଏବେ ୨ ହଜାର ୬୦୦ ଟିକାକରଣ କେନ୍ଦ୍ର ଅଛି । ସେଥିରେ କିଛି କେନ୍ଦ୍ରରେ କିଶୋର କିଶେରୀଙ୍କୁ ଟିକାକରଣ କରାଯିବ । କିନ୍ତୁ ଅନ୍ୟ ସମସ୍ତ ଟୀକାକରଣ କେନ୍ଦ୍ରରେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ କିଶୋର ଟିକା ନେଇପାରିବେ । ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ଅନଲାଇନ ବୁକିଂ ମଧ୍ୟ କରିହେବ । ଯେତେ ପିଲା ଟିକା ନେବାକୁ ଆସିବେ, ସେମାନଙ୍କର ଟିକାକରଣ କରାଯିବ । ୨୦୦୫ ରୁ ୨୦୦୭ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରିବାକୁ ପରିବାର କଲ୍ୟାଣ ନିଦେ୍ର୍ଧଶକ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ।
Powered by Froala Editor