ସରକାରୀ କାର୍ଯ୍ୟାଳୟରେ ପାଳନ ହୋଇପାରିବ ନାହିଁ ନୂଆବର୍ଷ
ଭୁବନେଶ୍ୱର: ନୂଆବର୍ଷ ଉତ୍ସବ ପାଳନ ହୋଇପାରିବ ନାହିଁ ସରକାରୀ କାର୍ଯ୍ୟାଳୟରେ ନା କୌଣସି ଭିଡ଼ ଜମିବ ନା କେହି କାହାକୁ ଫୁଲତୋଡା ଦେଇ ଶୁଭେଚ୍ଛା ଦେଇପାରିବେ । ଏହା ଉପରେ ରୋକ ଲଗାଇଛି ସାଧାରଣ ପ୍ରଶାସନ ବିଭାଗ । ଏ ସମ୍ପର୍କରେ ଜାରି ହୋଇଥିବା ନିଦେ୍ର୍ଧଶନାମାରେ କୁହାଯାଇଛି, ନୂଆ ବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ସରକାରୀ କାର୍ଯ୍ୟାଳୟରେ କୌଣସି ପ୍ରକାର ଭିଡ ଜମିବ ନାହିଁ ।
ଯାହାର ଶୁଭେଚ୍ଛା ଜଣାଇବାର ଅଛି, ସେ ଭର୍ଚୁଆଲ ମାଧ୍ୟମରେ ନିଜ ସହକର୍ମୀ କିମ୍ବା ବରିଷ୍ଠ ପଦାଧିକାରୀଙ୍କୁ ଜଣାଇପାରିବେ । କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି କଟକଣା ଜାରି କରାଯାଇଛି ।
Powered by Froala Editor