୨ ତାରିଖ ଯାଏ ବନ୍ଦ ରହିବ ଏହି ୨ ପ୍ଲାନେଟୋରିୟମ୍
ନୂତନ କୋଭିଡ୍ ଭାରିଆଣ୍ଟ ଓମିକ୍ରନ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଓଡ଼ିଶାରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଆକ୍ରାନ୍ତମାନେ କେଉଁ ଦେଶରୁ ଫେରିଛନ୍ତି ତାହା ଜଣାପଡ଼ି ନାହିଁ । ଚିହ୍ନଟ ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ୧୦ ଦିନରେ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଫେବୃୟାରୀରେ ଏହି ଭୂତାଣୁ ପିକ୍ଅପ୍ ଛୁଇଁବ ବୋଲି ଜଣାପଡିବା ପରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଆସନ୍ତା ୩୧ ତାରିଖଠାରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବେ ବନ୍ଦ ରଖାଯାଇଛି ।
ବୁର୍ଲା ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମ୍ ମଧ୍ୟ ୩୧ ଡିସେମ୍ବରଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଏହାର ଡେପୁଟି ଡାଇରେକ୍ଟର ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Powered by Froala Editor