୩ ଯାଏ ନନ୍ଦନକାନନ ବନ୍ଦ
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ବର୍ଷ ଅବସରରେ ଗାଇଡଲାଇନ ଜାରି କରିଛନ୍ତି। ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଡସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ତେବେ ଚଳିତ ବର୍ଷ ଶେଷ ଓ ନୂଆବର୍ଷ ଆରମ୍ଭରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଠାରୁ ଜାନୁଆରୀ ୩ ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନ ସହ ଉଦ୍ଭିଦ ଉଦ୍ୟାନ କେନ୍ଦ୍ର ବନ୍ଦ ରହିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ରାଜ୍ୟରେ କୋଭିଡ୍ ସ୍ଥିତି ଏବେ ଭଲ ଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଆଗୁଆ ନିଆଯାଇଛି ।
Powered by Froala Editor