ବୁଷ୍ଟର ଡୋଜ ନେବାକୁ ଦରକାର ପଡିବନି ଡାକ୍ତରଙ୍କ ପ୍ରମାଣପତ୍ର

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଓମିକ୍ରନ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । କିପରି ଏହାର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । କିନ୍ତୁ ସବୁ ପ୍ରକାର କଟକଣାକୁ ଭେଦ କର ଓମିକ୍ରନ ମାଡି ଚାଲିଛି ।
ରାଜ୍ୟରେ ସରକାର ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ତିଆରି କରୁଛନ୍ତି । ଏହାରି ଭିତରେ କେନ୍ଦ୍ରର ନିଷ୍ପତ୍ତି ପରେ ରାଜ୍ୟ ସାରକାର ପିଲାଙ୍କ ଟିକାଦାନ ଉପରେ ନିଷ୍ପତ୍ତି ନେବା ସହ ବୁଷ୍ଟର ଡୋଜ୍ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ୧୫ରୁ ୧୮ବର୍ଷ ପିଲାଙ୍କ ଟିକାଦାନ ପାଇଁ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ । କିନ୍ତୁ ବୁଷ୍ଟର ଡୋଜ୍ ପ୍ରଥମେ ସମସ୍ତ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ୬୦ବର୍ଷରୁ ଉଦ୍ଧ୍ୱର୍ ଲୋକ ଓ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି, ସେହିମାନଙ୍କୁ ଦିଆଯିବ ।
ସବୁଠୁ ବଡ କଥା ହେଉଛି ୬୦ ବର୍ଷରୁ ଅଧିକ ବୟସ୍କ ଓ ଜଟିଳ ରୋଗରେ ପୀଡିତମାନେ, ବୁଷ୍ଟର ଡୋଜ୍ ନେବାକୁ ହେଲେ କେନ୍ଦ୍ର ସରକାର ଯେଉଁ ସର୍ତ ରଖିଥିଲେ ସେଥିରେ ପରିବର୍ତନ କରିଛନ୍ତି । ବୁଷ୍ଟର ଡୋଜ୍ ବା ତୃତୀୟ ଡୋଜ୍ ନେବାକୁ ଡାକ୍ତରଙ୍କ ପ୍ରମାଣପତ୍ର ଆବଶ୍ୟକ ହେବନି । ୬୦ ବର୍ଷରୁ ଅଧିକ ବୟସ୍କ ଯେଉଁମାନେ ଜଟିଳ ରୋଗରେ ପୀଡିତ ସେମାନେ କେବଳ ଡାକ୍ତରଙ୍କ ପରାମର୍ଶ ନେଇ ବୁଷ୍ଟର ଡୋଜ୍ ନେଇପାରିବେ ।
ଏନେଇ ଆଜି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଜଣାଇ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ୬୦ ବର୍ଷରୁ ଅଧିକ ବୟସ୍କ ବୁଷ୍ଟର ଡୋଜ୍ ନେବାକୁ ହେଲେ ଡାକ୍ତରଙ୍କ ପରାମର୍ଶ ସହ ପ୍ରମାଣ ପତ୍ର ଦେଖାଇବାକୁ ପଡିବ ବୋଲି ପ୍ରଥମରୁ କୁହାଯାଉଥିଲା । ଜାନୁଆରୀ ୧୦ରୁ ସାରାଦେଶରେ ବୁଷ୍ଟର ଦିଆଯିବ।
Powered by Froala Editor