ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଗତ କିଛି ଦିନ ହେବ କରୋନା ସଂକ୍ରମଣ ତଳମୁହାଁ ହେଉଥିବା ହେତୁ କରୋନା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଗୁଡିକ ପର୍ଯ୍ୟାୟକ୍ରମେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ ଓ ଧୀରେଧୀରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଥିଲା । କିନ୍ତୁ ପ୍ରାଥମିକ ସ୍କୁଲ ଗୁଡିକ ଖୋଲିନଥିଲା ।
ତେବେ ଜାନୁୟାରୀ ୩ତାରିଖରୁ କୋମଳମତି ଶିଶୁ (୫ରୁ ୧୦ବର୍ଷ ବୟସର)ଙ୍କୁ ସ୍କୁଲ ଆଣିବା ପାଇଁ ରାଜ୍ୟ ସରକାର ବ୍ୟଗ୍ର ହୋଇପଡିଛନ୍ତି । ସବୁ ବର୍ଗର ସ୍କୁଲଗୁଡିକ ପାଇଁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଖୋଲିବାକୁ ଗାଇଡଲାଇନ୍ ଜାରି କରିଛନ୍ତି ।
ଅନ୍ୟପଟେ ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଫେବୃୟାରୀ ମାସ ଶେଷଆଡକୁ କରୋନାର ତୃତୀୟ ଲହର ଓଡିଶାରେ ପିକରେ ପହଂଚିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ଆଉ ଏପଟେ ତେବେ ଏହି କୋମଳମତି ପିଲାଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ କରିବାକୁ କିଏ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଲା ଓ ପିଲାଙ୍କ ଜୀବନକୁ ବିପଦକୁ ଠେଲିବାର ଏଭଳି ଚିନ୍ତାଧାରାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
Powered by Froala Editor