ରାଜ୍ୟରେ ଆଜି ପୁଣି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମସ୍ତେ ଚିନ୍ତାରେ । ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ଓମିକ୍ରଅନ ତା’ର କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟରେ ଚିନ୍ତା ବଢୁଛି । ଏଥିପାଇଁ ବିଦେଶ ଫେରନ୍ତାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରୁଛନ୍ତି । ତଥାପି ସବୁ ପ୍ରକାର କଟକଣାକୁ ଭେଦ କରି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ ବଢିଚାଲିଛି ।
ରବିବାର ରାଜ୍ୟରେ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିଲା । ତେବେ ଏହାରି ଭିତରେ ଆଜି ପୁଣି ଓଡିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ବ୍ୟକ୍ତି ମୟୂରଭଞ୍ଜ ଜିଲ୍ଲାର ଓ ସେ କିଛି ଦିନ ତଳେ ୟୁଏଇରୁ ଫେରିଥଲେ । ଫେରିବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ତାଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Powered by Froala Editor