ଏମିତି ହ୍ୟାକ ହୁଏ ହ୍ୱାଟସଆପ୍ ଜାଣନ୍ତୁ......
ଫୋନକୁ ଏସଏମଏସ ଫୋନ କଲ କିମ୍ବା ହ୍ୱାଟସଆପ ମେସେଜ ଆସିବା ଆପଣଙ୍କ ଫୋନକୁ ୬ ଡିଜିଟର ଏକ ପାସୱାର୍ଡ ଭୁଲରେ ଚାଲିଯାଇଛି, ଦୟାକରି ଦେବେ କି? ଆପଣ ସେହି ୬ ଡିଜିଟ ନମ୍ବର ଦେବା ପରେ ଆପଣଙ୍କ ହ୍ୱାଟସଆପ ହ୍ୟାକ ହୋଇଯିବ । ଠକ ମୋବାଇଲ ବ୍ୟବହାରକାରୀଙ୍କ ନମ୍ବରରେ ହ୍ୱାଟସଆପ ଚଲାଇବ। ଏପରିକି ଟୁ-ଷ୍ଟେପ ଭେରିଫିକେସନ କରିବା ପରେ ଠକ ବ୍ୟବହାରକାରୀଙ୍କ ହ୍ୱାଟସଆପ ବ୍ୟବହାର କରିପାରିବ ।
ଲଟେରି ନାଁରେ କୁ୍ୟଆର କୋଡ ଆସିବ । ଲୋଭରେ ପଡି ଏହାକୁ ସ୍କାନ କଲେ ହ୍ୱାଟସଆପ ହ୍ୟାକ ହୋଇଯିବ ।
ସାଧାରଣ ସ୍ଥାନରେ ଥିବା ମାଗଣା ୱାଇଫାଇ ବ୍ୟବହାର କଲେ ହ୍ୱାଟସଆପ ହ୍ୟାକ ହେବାର ମଧ୍ୟ ସମ୍ଭାବନା ରହିଛି ।
ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ହସ୍ପିଟାଲ ଭଳି ସ୍ଥାନରେ ଲାଗିଥିବା ବେନାମୀ ଚାର୍ଜରରେ ମୋବାଇଲ ଫୋନ ଚାର୍ଜ କଲେ, ହ୍ୱାଟସଆପ ହ୍ୟାକ ହେବାର ସମ୍ଭାବନା ରହିଛି ।
ହ୍ୱାଟସଆପ ୱେବକୁ ସ୍କାନ କରି ହ୍ୟାକ କରିବାର ସମ୍ଭାବନା ରହିଛି ।
ହ୍ୱାଟସଆପ କିମ୍ବା ଏସଏମଏସରେ ଆସୁଥିବା ଅଜଣା ଲିଙ୍କକୁ କ୍ଲିକ କଲେ ହ୍ୟାକ ହେବାର ସମ୍ଭାବନା ରହିଛି ।
କେମିତି ରକ୍ଷା ପାଇବେ
ଫୋନକୁ ଆସୁଥିବା କୌଣସି କୋଡକୁ କାହାକୁ ଦିଅନ୍ତୁ ନାହିଁ । କେହି ଫୋନ କିମ୍ବା ମେସେଜ କରି ପଠାଇଥିବା ୬ ଡିଜିଟ କୋଡ ପଠାଇଲେ, ତାହା ମଧ୍ୟ ଦିଅନ୍ତୁ ନାହିଁ। କାରଣ ହ୍ୱାଟସଆପ ପାଇଁ କୌଣସି ମୋବାଇଲ ଫୋନ ନମ୍ବର କିମ୍ବା ସିମ ଆବଶ୍ୟକ ପଡେ଼ ନାହିଁ । ଠକ ଫୋନ କରି କିମ୍ବା ମେସେଜ ପଠାଇ ୬ ଟିକିଆ ଓଟିପି ନମ୍ବର ମାଗିନେଲା ପରେ ହ୍ୱାଟସଆପ ଚଲାଏ । ଏହା ପରେ ଠକ ଟୁ ଫ୍ୟାକ୍ଟର ଭେରିଫିକେସନ କରି ଚଲାଇଥାଏ । କଣ୍ଟାକ୍ଟ ତାଲିକାରେ ଥିବା ସବୁ ହ୍ୱାଟସଆପ ନମ୍ବର ଚୋରି କରି ନେଇଥାଏ । ତେଣୁ କାହାକୁ ନମ୍ବର ଦିଅନ୍ତୁ ନାହିଁ । ସବୁବେଳେ ୨ ଫ୍ୟାକ୍ଟର ଭେରିଫିକେସନ ଅନ କରନ୍ତୁ । ଅଜଣା ଲିଙ୍କକୁ କ୍ଲିକ କରନ୍ତୁ ନାହିଁ । କାହାକୁ ମୋବାଇଲ ଫୋନ ଦିଅନ୍ତୁ ନାହିଁ । ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଭଳି ସର୍ବସାଧାରଣ ସ୍ଥାନରେ ମାଗଣା ୱାଇଫାଇ ବ୍ୟବହାର ବେଳେ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ । ସେହିପରି ଯଦି କେହି ଅସୁବିଧାରେ ପଡି ଟଙ୍କା ମାଗୁଛି, ତା ହେଲେ ଟଙ୍କା ଦେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି କିମ୍ବା ତାଙ୍କ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
Powered by Froala Editor