ପଞ୍ଚାୟତ ନିର୍ବାଚନ, ଖୁବଶୀଘ୍ର ସଂରକ୍ଷଣ ତାଲିକା ଦିଆଯିବ: ପ୍ରତାପ

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଖୁବଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ସରିଛି । ଏବେ ସରପଞ୍ଚ ସମିତି ସଭ୍ୟ, ଜିଲ୍ଲ ପରିଷଦ ଇତ୍ୟାଦି ତାଲିକା ପ୍ରସ୍ତୁତି ଚାଲିଛି ।
ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗଙ୍କୁ ଦିଆଯିବ । ଏହା ସହିତ କୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ପ୍ରକ୍ରିୟା ହେଉଥିବାରୁ ତାରିଖ ଘୋଷଣରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି ।
Powered by Froala Editor