ଫେବୃୟାରୀରେ ପିକ୍ ଛୁଇଁବ ତୃତୀୟ ଲହର!

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । ଟିକାକରଣକୁ ଗୁରୁତ୍ୱ ଦେବା ସହ ବିଦେଶ ଫେରନ୍ତାଙ୍କ ପାଇଁ କଟକଣା ଜାରି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ୮ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାରି ଭିତରେ କରୋନାର ତୃତୀୟ ଲହର ଫେବୃୟାରୀରେ ପିକକୁ ଛୁଇଁପାରେ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାର ଦୁଇଟି ଲହର ଅନ୍ୟ ରାଜ୍ୟ ଅପେକ୍ଷା ୨ମାସ ବିଳମ୍ବରେ ଓଡିଶାରେ ପହଞ୍ଚିଥିଲା । ଆସିଏମଆରର ଆକଳନ ଅନୁସାରେ କରୋନାର ତୃତୀୟ ଲହର ଫେବୃୟାରୀରେ ପିକକୁ ଛୁଇଁପାରେ । କିନ୍ତୁ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମିତ କରୁଥିବାରୁ, ଏହା ରାଜ୍ୟରେ ଫେବୃୟାରୀ ପୂର୍ବରୁ ମଧ୍ୟ ଶୀର୍ଷକୁ ଛୁଇଁପାରେ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
Powered by Froala Editor