ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠି ଭିଜିଲାନ୍ସ ଜାଲରେ ଫସିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଉପରେ ଚଢାଉ କରିଛି ।
ସୂଚନା ଅନୁସାରେ ବଂଶୀଧରଙ୍କ ୪ଟି ଘରେ ୨ଜଣ ଡିଏସପି ଓ ୬ଜଣ ଇନ୍ସପେକ୍ଟରଙ୍କୁ ନେଇ ଚଢାଉ ଚାଲିଛି । ବ୍ରହ୍ମପୁର ଶକ୍ତିନଗର ଓ ପୋଲସରା ଚିକିରିପଦାରେ ଥିବା ଘର ରେଡ୍ ଚାଲିଛି । ଏହା ସହିତ ବ୍ରହ୍ମପୁର ଲୋଚାପଡା ଘରେ ଓ ଦିଗପହଣ୍ଡି ଅଫିସରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି ।
Powered by Froala Editor