ପୁଣି ଜୀବନ ନେଲା ମାଞ୍ଜା ସୂତା

କଟକ: ପୁଣି ଜୀବନ ନେଲା ମାଞ୍ଜା ସୂତା । ମାଞ୍ଜା ସୂତାରେ କଟି ଯୁବକ ମୃତ । ଜଗତପୁର ପିରବଜାର ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତ ଯୁବକ ଜଣକ ଜୟନ୍ତ ସାମଲ ଓ ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ ।
ରବିବାର ଅପରାହ୍ନ ୪ଟା ସମୟରେ ଜୟନ୍ତ ବାଇକ ଯୋଗେ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରକୁ ଯିବାବେଳେ ପୀର ବଜ଼ାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତା ଏତେ ଶକ୍ତ ଥିଲ ଯେ, ଏଥିରେ ଯୁବକଙ୍କ ବେକ ମଧ୍ୟ କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡାଉଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ ।
Powered by Froala Editor