ଟାଟା ଷ୍ଟିଲ ଭୁବନେଶ୍ୱର ସାହି ୬ଷ୍ଠ ସଂସ୍କରଣ ଜାନୁଆରୀ ୮ଓ୯ରେ ଅନୁଷ୍ଠିତ ହେବାକୁ ଯାଉଛି

- ଅମିତାଭ ଘୋଷ ଏବଂ ରମାକାନ୍ତ ରଥ ସାହିତ୍ୟିକ ସମ୍ମିଳନୀକୁ ଉଦଘାଟନ କରିବେ
- ମନୋଜ ଦାସ ସ୍ମାରକୀ ଅଧିବେଶନ
- ସତ୍ୟଜିତ ରାୟ ଶତବାର୍ଷିକୀ ଅଧିବେଶନ
- ବିନୟ ପାଠକ ଏବଂ ସୋନମ କାଲରାଙ୍କ ଦ୍ୱାରା ଲାଇଭ ପ୍ରଦର୍ଶନ
-
ଭୁବନେଶ୍ୱର: ସାହିତ୍ୟ ଏବଂ ସଂଗୀତ ଓ ମଞ୍ଚନାଟକ ସମେତ ଆନୁଷଙ୍ଗିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରିବାକୁ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ
ସମାବେଶ ପୁଣି ଥରେ ଫେରିଛି ଏବଂ ଏହା ୨୦୨୨ ଜାନୁଆରୀ ୮ଓ ୯ ତାରିଖରେ ସପ୍ତାହାନ୍ତରେ ଆୟୋଜିତ ହେବାକୁ ଯାଉଛି । ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମାବେଶର ଷଷ୍ଠ ସଂସ୍କରଣ ଚଳିତ ଥର ନୂତନ ସ୍ଥାନ, ଭୁବନେଶ୍ୱର କ୍ଲବରେ ଅନୁଷ୍ଠିତ ହେବ, ଯେଉଁଠାରେ ଏହି କାର୍ଯ୍ୟକ୍ରମ କ୍ଲବର ଲନ୍ରେ ମୁକ୍ତାକାଶରେ ଆୟୋଜିତ ହେବାକୁ ଯାଉଛି । ଏହି ଉତ୍ସବ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ରମାକାନ୍ତ ରଥ ଏବଂ ବିଶିଷ୍ଟ ଲେଖକ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଅମିତାଭ ଘୋଷଙ୍କ ଦ୍ୱାରା ଉଦ୍ଘାଟିତ ହେବ ।
ପ୍ରତିଷ୍ଠିତ ଓଡ଼ିଆ କିମ୍ବଦନ୍ତୀ ପୁରୁଷ ମନୋଜ ଦାସ ଏବଂ ଚଳଚ୍ଚିତ୍ର ନିର୍ମାଣରେ ବିଶାରଦ ସତ୍ୟଜିତ ରାୟଙ୍କ ଜୀବନୀ ପ୍ରଦର୍ଶିତ ହେବ । ଓଡ଼ିଶାର ସୁପରିଚିତ ଲେଖକ ଗୌରହରି ଦାସ, ଯତୀନ୍ଦ୍ର ନାୟକ ଏବଂ ସଂଗ୍ରାମ ଜେନା ଏଥିରେ ଅଂଶଗ୍ରହଣ କରିବାବେଳେ ଶ୍ରୀ ରାୟଙ୍କର ଚଳଚ୍ଚିତ୍ର ନିର୍ମାଣ ପରମ୍ପରା ସମ୍ପର୍କରେ ଅଭିନେତା ଧୃତିମାନ ଚାଟାର୍ଜୀ ଏବଂ ବରୁଣ ଚନ୍ଦାଙ୍କ ସହିତ ଓଡ଼ିଆ ଲେଖକ ଦେବଦାସ ଛୋଟରାୟ ଆଲୋଚନା କରିବେ ।
ଅବହେଳିତ ଏବଂ ଅଦୃଶ୍ୟ ସମ୍ପର୍କିତ ଲେଖାଗୁଡିକ ସମ୍ପର୍କରେ ଓଡ଼ିଶାର ପୂର୍ବତନ ବ୍ୟୁରୋକ୍ରାଟ ଅନିତା ଅଗ୍ନିହୋତ୍ରୀ ଆଲୋଚନା କରିବେ, ଯିଏ ନିଜେ ମଧ୍ୟ ଜଣେ ପୁରସ୍କାର ବିଜୟିନୀ ଲେଖିକା ଏବଂ ତାଙ୍କ ସହିତ ଯୁବ ଲେଖିବା ପୂଜା ଚାଙ୍ଗୋଇୱାଲା ଏହି ଆଲୋଚନାରେ ସାମିଲ ହେବେ । ଏହି ଉତ୍ସବର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଇତିହାସ, ଏଥିରେ ଆମେରିକା ଏବଂ ବ୍ରିଟେନର ଶିକ୍ଷାବିତ୍ ଯଥାକ୍ରମେ ଦେବୋରା ବେକର ଏବଂ ଜୋନାଥନ ଗିଲ୍ ହାରିସ୍ ଔପନିବେଶିକ କାଳରେ ୟୁରୋପୀୟ ଏବଂ ଭାରତ ମଧ୍ୟରେ ମିଳନ ବିନ୍ଦୁ ସମ୍ପର୍କରେ ବକ୍ତବ୍ୟ ରଖିବେ । ଲେଖକ ଏବଂ ବ୍ୟୁରୋକ୍ରାଟ ଆର ବାଲକ୍ରିଷ୍ଣନ ପ୍ରାଚୀନ ଭାରତ ଉପରେ ତାଙ୍କର ପୁସ୍ତକ ‘ଜର୍ଣ୍ଣି ଅଫ୍ ଏ ସିଭିଲାଇଜେସନ: ଇଣ୍ଡସ୍ ଟୁ ଭାଇଗାଇ’ ଉପରେ ଏହି ଉତ୍ସବରେ ସୁନ୍ଦର ଗଣେଶନ୍ଙ୍କ ସହିତ ମିଶି ଆଲୋଚନା କରିବେ ।
ଅମିତାଭ ଘୋଷ, କୁନାଲ ବସୁ, ମୋଇନ ମୀର୍, ଘଜଲା ୱାହାବ, ଗୌରହରି ଦାସ ଏବଂ ଯତୀନ୍ଦ୍ର ନାୟକଙ୍କର ନୂତନ ପୁସ୍ତକମାନ ପ୍ରକାଶିତ ହୋଇଛି ଏବଂ ଏହି ଉତ୍ସବ କାଳରେ ସେଗୁଡିକ ସମ୍ପର୍କରେ ଆଲୋଚନା କରାଯିବା ସହିତ ସେଗୁଡିକର ଉନ୍ମୋଚନ କରାଯିବ । ଟାଟା ଷ୍ଟିଲର ସମସ୍ତ ସାହିତ୍ୟିକ ସମ୍ମିଳନୀରେ ପାରମ୍ପରିକ ଭାବରେ ମହିଳାମାନଙ୍କର ଲେଖାକୁ ନେଇ ବିଶେଷ କାର୍ଯ୍ୟକ୍ରମ ସ୍ଥାନ ପାଇବା ସହି ସେ ସମ୍ପର୍କରେ ଆଲୋଚନା କରାଯାଇଆସୁଛି ଏବଂ ଚଳିତ ସଂସ୍କରଣ ମଧ୍ୟ ସେଥିରୁ ଭିନ୍ନ ନୁହେଁ । ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯଶୋଧାରା ମିଶ୍ର, ପାରମିତା ଶତପଥୀ ଏବଂ ଗାୟତ୍ରୀ ସରାଫ ସେମାନଙ୍କ ପୁସ୍ତକ ସମ୍ପର୍କରେ ଏବଂ ସେହି ମହିଳା ଲେଖିକାମାନଙ୍କ ସମ୍ପର୍କରେ ଆଲୋଚନା କରିବେ, ଯେଉଁମାନେ ଓଡ଼ିଆ ସାହିତ୍ୟକୁ ଆଗେଇ ନେଉଛନ୍ତି । ଆଇଟି ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ନନ୍ଦନ ନିଲେକାନି ତାଙ୍କର ଆଗାମୀ ପୁସ୍ତକ ‘ଆଟ ଅଫ ବିଟ୍ଫୁଲନେଓ’ ସମ୍ପର୍କରେ ଏହାର ସହ-ଲେଖକ ତନୁଜ ଭୋଜୱାନିଙ୍କ ସହିତ ମିଶି ଉତ୍ସବର କେବଳ ହାଇବ୍ରିଡ ଅଧିବେଶନରେ ଆଲୋଚନା କରିବେ, ଯେଉଁଠାରେ ଲେଖକଗଣ ଅନ୍ଲାଇନରେ ପରସ୍ପର ସହିତ ସଂଯକ୍ତ ହେବେ ।
ଟିଏସ୍ବିଏଲଏମ ଅନ୍ୟ ଯେଉଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି ତାହା ହେଉଛି ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ । ଲୋକପ୍ରିୟ ଚଳଚ୍ଚିତ୍ର ଅଭନେତା ବିନୟ ପାଠକ ଜାନୁଆରୀ ୮ ତାରିଖରେ ରେଲ ଅଡିଟୋରିୟମରେ ‘ନଥିଙ୍ଗ ଲାଇକ ଲିୟର’ ପ୍ରଦର୍ଶନ କରିବାବେଳେ ଏହି ଉତ୍ସବ ଜାନୁଆରୀ ୯ ସଂଧ୍ୟାରେ କଣ୍ଠଶିଳ୍ପୀ ସୋନମ କାଲରାଙ୍କ ସଂଗୀତ କାର୍ଯ୍ୟକ୍ରମ ସହିତ ଉଦ୍ଯାପିତ ହେବ । ଉତ୍ସବ ସମ୍ପର୍କିତ ତାଜା ସୂଚନା ଙ୍ଗଙ୍ଗଙ୍ଗ.ଭଭଗ୍ଦକ୍ସକ୍ଷସଗ୍ଧଜ୍ଞରରଗ୍ଧ.ସଦ୍ଭ ରେ ଉପଲବ୍ଧ ହେବ ଏବଂ ସମୁଦାୟ ଉତ୍ସବ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି, କିନ୍ତୁ ସମସ୍ତ ଦର୍ଶକ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ।
ପୂର୍ବ ବର୍ଷଗୁଡିକ ଭଳି ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମ୍ମିଳନୀ ସାହିତ୍ୟ, କବିତା, ସାଂପ୍ରତିକ ଘଟଣାବଳୀ, ଚଳଚ୍ଚିତ୍ର ଏବଂ କଳାର ଅନ୍ୟାନ୍ୟ ଦିଗ ଉପରେ ଦୃଷ୍ଟି ନିବଦ୍ଧ କରିବ । ପ୍ରତ୍ୟେକ ଅଧିବେଶନରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ୱମାନେ ଯୋଗଦେଇ ପରସ୍ପର ମଧ୍ୟରେ ଏବଂ ଦର୍ଶକମାନଙ୍କ ସହିତ ଆଲୋଚନାରେ ନିୟୋଜିତ ରହିବେ ।
ଟାଟା ଷ୍ଟିଲ କର୍ପୋରେଟ ସର୍ଭିସେସ୍ର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଚାଣକ୍ୟ ଚୌଧରୀ କହିଛନ୍ତି, “ଏହାର ଆରମ୍ଭ ଦିନଠାରୁ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମ୍ମିଳନୀ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରବ ଏବଂ ବିଶ୍ୱରୁ ଅଗ୍ରଣୀ କଳାକାରମାନଙ୍କୁ ଆକୃଷ୍ଟ କରାଇପାରିଛି । ଏହି କାର୍ଯ୍ୟକ୍ରମ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟସୂଚୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରତିଷ୍ଠାଲାଭ କରିଛି । ବର୍ଷକର ବ୍ୟବଧାନରେ ଫେରୁଥିବା ଚଳିତ ବର୍ଷର ସଂସ୍କରଣ ପୁଣିଥରେ ସ୍ୱତନ୍ତ୍ର ଚିନ୍ତନ, ଅପ୍ରକାଶିତ ଚିନ୍ତାଧାରା ଏବଂ ଅଟକୁନଥିବା ସ୍ୱରକୁ ନେଇ ପାଳନ କରିବ ।”
ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟିକ ସମ୍ମିଳନୀର ଡାଇରେକ୍ଟର ସୁଶ୍ରୀ ମାଳବିକା ବାନାର୍ଜୀ କହିଛନ୍ତି, “ଚଳିତ ବର୍ଷ ଉତ୍ସବର ଏକ ସାହିତ୍ୟିକ କେନ୍ଦ୍ରବିନ୍ଦୁ ରହିଛି, କିନ୍ତୁ ଏହା ଚଳଚ୍ଚିତ୍ର, ମଞ୍ଚ ଏବଂ ଏପରିକି ଡିଜିଟାଲ ଦୁନିଆକୁ ମଧ୍ୟ ପରିବ୍ୟାପ୍ତ ହେଉଛି । ମହାମାରୀର ସ୍ୱତନ୍ତ୍ର ଚାଲେଞ୍ଜ ରହିଛି, କିନ୍ତୁ ଆମର ଉଭୟ ବକ୍ତାଗଣ ଏବଂ ଦର୍ଶକ ଯେଭଳି ନିରାପଦ ରହିବେ ସେଥିପାଇଁ କଡାକଡି ପରୀକ୍ଷଣ, ବାଧ୍ୟତାମୂଳକ ଭାବରେ ମାସ୍କ ପରିଧାନ, ଦୂରତା ବଜାୟ ରଖିବା ଏବଂ ସାନିଟାଇଜେସନ ଆଦି ଜରିଆରେ ଏହା ସୁନିଶ୍ଚିତ କରିବୁ । ଉତ୍ସବର ଆକର୍ଷଣ ନିଶ୍ଚିତ ଭାବରେ ବଜାୟ ରହିବ, କିନ୍ତୁ ତାହାସହିତ କୋଭିଡ ନିୟମାବଳୀ ମଧ୍ୟ ପାଳନ କରାଯିବ ।”
Powered by Froala Editor