୨୭ ଓ ୨୮ରେ ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା

ଭୁବନେଶ୍ବର: ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ କମୁଛି। ଫଳରେ ରାତି ତାପମାତ୍ରା ଆସନ୍ତାକାଲିଠାରୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ପର୍ୟ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଯଦ୍ଦ୍ବାରା ଶୀତ ପ୍ରକୋପ ହ୍ରାସ ପାଇବ। ୨୭ ଓ ୨୮ରେ ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଫୁଲବାଣୀରେ ରାତି ତାପମାତ୍ରା ୬.୫ ଡିଗ୍ରୀ ରହିଛି। ପୁଣିଥରେ ରାଜ୍ୟର ଥଣ୍ଡା ସ୍ଥାନ ଭାବେ ଫୁଲବାଣୀ ପରିଗଣିତ ହୋଇଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ଡିସେମ୍ବର ୧୯ରୁ ଲାଗି ରହିଥିବା ଶୀତ ଲହରୀରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀକୁ ଖସି ଆସିଥିଲା। ରାତି ତାପମାତ୍ରା ବଢ଼ିବା ଦ୍ବାରା ଦାରିଙ୍ଗବାଡି ଓ ଫୁଲବାଣୀରେ ଶୀତ ପ୍ରକୋପ କମୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୧ରୁ ୨.୪ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୦.୨ରୁ ୨.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏଥିରେ କୌଣସି ପରବର୍ତ୍ତନ ହେବା ସମ୍ଭାବନା କମ।
Powered by Froala Editor