ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନଶ୍ବର: ଆଜି ରାଜ୍ୟ କ୍ୟାବିନେଟ ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହିଳା ସଶକ୍ତିକରଣ, ପୂର୍ତ୍ତ, ଶକ୍ତି, ନଗର ଉନ୍ନୟନ, ପଞ୍ଚାୟତରାଜ ଭଳି ବିଭାଗର ପ୍ରସ୍ତାବ ଉପରେ ଲାଗିବ ମୋହର। ଏହି କ୍ୟାବିନେଟ ବୈଠକ ସଂଧ୍ୟା ୫ଟା ୩୦ରେ ବସିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ଉପସ୍ଥିତ ରହିବେ ।ଭୁବନେଶ୍ବରରେ ଥିବା ମନ୍ତ୍ରୀ ମାନେ ରାଜ୍ୟ ଲୋକସେବା ଭବନ ଓ ଜିଲ୍ଲାରେ ଥିବା ମନ୍ତ୍ରୀ ମାନେ ଜିଲ୍ଲା ସମ୍ମିଳନୀ କକ୍ଷରୁ ବୈଠକରେ ଉପସ୍ଥିତ ରହିବେ ।
Powered by Froala Editor