ଦ୍ୱିତୀୟ ଦିନରେ କ୍ଷପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ

ବାଲେଶ୍ବର,: ଅବଦୁଲ କାଲାମ ଦୀପରୁ ଗୁରୁବାର ସକାଳ ୯ଟା ୩୦ ମିନିଟ ସମୟରେ ଦ୍ୱିତୀୟ ଦିନ ପାଇଁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟର ସଫଳ ପରୀକ୍ଷଣ ହୋଇଛି ।
ଏହାର ପାଂଚ ଶହ କିଲୋ ମିଟର ଲକ୍ଷ ଭେଦ କ୍ଷମତା ରହିଛି । ଏହାର ଲମ୍ବ ଦଶ ମିଟର , ଓଜନ ପାଂଚ ଟନ । ଏହି ପ୍ରଳୟ କ୍ଷେପଣାସ୍ତ୍ର ଏକ ଟନ ଓଜନର ଯୁଦ୍ଧାସ୍ତ୍ର ବହନ କରିନେଇ ପାରିବ ।
Powered by Froala Editor