ସଞ୍ଜୟଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର:ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ବର୍ତ୍ତମାନ ରାଜ୍ୟ ଉଠୁଛି ପଡ଼ୁଛି । ଏପରିକି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି ମଧ୍ୟ କରଯାଉଛି । ତେବେ ବ୍ରହ୍ମଗିରିରେ ଆଜି ଏହାକୁ ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସନ୍ଦେହରୁ ମୁକ୍ତ ହେବା ପାଇଁ ସଂଜୟ ଦାସବର୍ମା ତାଙ୍କ ପଦବୀରୁ ଇସ୍ତଫା ଦେଇ ନିଜ ଆଡୁ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ବୋଲି ବିଜେପି ଦାବି କରିଛି । ।
ଚିତ୍ତ ପଲେଇ ମୃତ୍ୟୁ ଘଟଣାରେ ଏବେ ଅଧିକ ତଥ୍ୟ ସାମ୍ନାକୁ ଆସିଛି । ଯାହା କୁହାଯାଉଛି ଏହି ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି । ତେବେ ଏହି ଯୁବତୀ ଜଣଙ୍କ କିଏ ତାଙ୍କ ପରିଚୟ କଣ ତାହା ଏପର୍ୟ୍ୟନ୍ତ ସାମ୍ନାକୁ ଆସି ନାହିଁ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି । ସଂଜୟଙ୍କ ପିଏସଓ ସର୍ବେଶ୍ୱର ଜେନାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । କେବଳ ଏତିକି ନୁହେଁ ଚିତ୍ତଙ୍କ ପୁତ୍ତୁରା ଦିଲ୍ଲୀପ ପଲେଇଙ୍କୁ ମଧ୍ୟ ଜେରା କରାଯାଇଛି ।
ଘଟଣା ପୂର୍ବ ରାତିରେ ଚିତ୍ତଙ୍କ ସହ ଭୋଜି କରିଥିଲେ ସର୍ବେଶ୍ୱର,ଦିଲ୍ଲୀପ । ତେଣୁ ଏହି ଦୁଇ ଜଣଙ୍କୁ ଜେରା କରାଗଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।
Powered by Froala Editor