ସାଇବର୍ ଠକଙ୍କ ଜାଲରେ ଆଇପିଏସ୍ଙ୍କ ପତ୍ନୀ
ଭୁବନେଶ୍ଵର:ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଖୋଦ୍ ଆଇପିଏସ୍ଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଛି । ସାଇବର୍ ଠକଙ୍କ ଜାଲରେ ଆଇପିଏସ୍ଙ୍କ ପତ୍ନୀ। ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଗାଏବ। ଗତ ୨ ବର୍ଷ ହେଲା ଟଙ୍କା ଠକେଇ ହେଉଥିବା ଅଭିଯୋଗ।
ସୂଚନାନୁଯାୟୀ, ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିନେଲେ ସାଇବର୍ ଲୁଟେରା। ଗତ ୨ ବର୍ଷ ମଧ୍ୟରେ ଠକେଇ କରି ନେଇଛନ୍ତି ୧୦ ଲକ୍ଷ ଟଙ୍କା। ଏନେଇ କଟକ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି ଅନୁଜା। ଅନୁଜାଙ୍କ ଦରମା ଆକାଏଣ୍ଟରୁ ଏହି ଟଙ୍କା ଗାଏବ ହୋଇଛି। ତେବେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
Powered by Froala Editor