କଳିଙ୍ଗା ଘାଟିରେ ବସ୍ ଓଲଟିଲା: ୩୦ ଯାତ୍ରୀ ଆହତ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ପର୍ଯଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୧୦୮ଆମ୍ବୁଲାନ୍ସ ଏବଂ ଦମକଳବାହିନୀର ଗାଡ଼ି ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଥାନାଧିକାରୀ ରେବତୀ ଶବର ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
ଦୁର୍ଘଟଣା ସମୟରେ ଏକ କାର ଅନ୍ୟତ୍ର ଯାଉଥିଲା । ସେହି ସମୟରେ କାରରେ ଥିବା ଲୋକେ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦୁଇଟି ୧୦୮ ଆମ୍ବୁଲାନ୍ସ ଓ ସ୍ଥାନୀୟ ଦମକଳ ଗାଡି ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ତଥାପି ଦୁର୍ଘଟଣା ସ୍ଥଳରେ ପ୍ରାୟ ଦୁଇରୁ ତିନି ଯାତ୍ରୀ ବସ ଭିତରେ ଚାପି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି।
ପଶ୍ଚିମବଙ୍ଗର ଗୋବିନ୍ଦପୁରରୁ ୬୦ଜଣ ପର୍ଯ୍ୟଟକଙ୍କୁ ଧରିଏକ ପର୍ଯ୍ୟଟକ ବସ୍ ନଂ(ଡବ୍ଳୁବି୨୯ଏ ୨୯୯୯) ପ୍ରାୟ ୬୦ ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡ଼ିରେ ଆସିଥିବା ବେଳେ ସନ୍ଧ୍ୟାରେ ବଣଭୋଜି ସାରି ଗୋପାଳପୁର ଅଭିମୁଖେ ବାହାରି ଥିଲେ। ଆଜି ରାତି ଗୋପାଳପୁରରେ ରହି ଡିସେମ୍ବର ୧୭ ତାରିଖ ପୁରୀ ଅଭିମୁଖେ ବାହାରିବାର ଯୋଜନା ପ୍ରସ୍ତୁତ କରିଥିଲେ। ବସ୍ଟି ୬ କିମି କଳିଙ୍ଗା ଘାଟି ଅତିକ୍ରମ କରି ସାରିବା ପରେ ଅନ୍ଧାରକୋଟ ତୀକ୍ଷ୍ଣ ବୁଲାଣି ନିକଟରେ ବ୍ରେକ୍ ଫେଲ ହୋଇଯିବାରୁ ପାର୍ଶ୍ବସ୍ଥ ଗାର୍ଡଓ୍ବାଲକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।
Powered by Froala Editor