ଆଜିଠୁ ଡଲଫିନ ଗଣନା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଡଲଫିନ ଗଣନା । ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଓ ବଙ୍ଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ଡଲଫିନ ଗଣନା କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ ।
ବୁଧବାର ଗୁପ୍ତି ଠାରେ ଗଣନାକାରୀମାନଙ୍କୁ ଡିଏଫଓ ଡ. ଯଜ୍ଞଦତ୍ତ ପତି, ଏସିଏଫ ବିରଞ୍ଚି ନାରାୟଣ ସାମଲ, ଜୀବ ବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ପରିଡା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଏହି ଗଣନା ତିନିଦିନ ଧରି ଚାଲିବ । ଭିତର କନିକା ଅଂଚଳରେ ଡଲଫିନ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି । ଆଉଟର ହୁଇଲ୍ରୁ ଚିଞ୍ଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁୁ ମାଇପୁରା ମାଉଥ୍ ଭାୟା ନଳିତା ପାଟିଆ, କାଳିଭଞ୍ଜଡିଅାଁ, ଜମ୍ବୁ ଖରନାସୀରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍ ଗଣନା କରାଯିବ ।
ପ୍ରତି ଗ୍ରୁପରେ ୩ରୁ ୫ ଜଣ ଲେଖାଏ ଗଣନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରିକ୍ରେ ୪ଟି ଟିମ୍ ଡଲଫିନ ଗଣନା କରିବେ ବୋଲି ସୂଚନା ମିଳିଛି ।
Powered by Froala Editor