ବାହାଘର ଶୋଭାଯାତ୍ରାରେ ଡିଜେ ବାଜିବା ଓ ବାଣ ଫୁଟିବା ଉପରେ କଟକଣା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେଉଁଠି ଡିଜେ ବାଜିଲେ ଓ ବାଣ ଫୁଟିଲେ ଜଣାଅ। ମହାମାରୀ କରୋନାକୁ ଦେଖି ଆଜି ସାଧାରଣ ଲୋକଙ୍କୁ ଏପରି ପରାମର୍ଶ ଦେଇଛି କମିଶନରେଟ ପୁଲିସ। ବାହାଘର ଶୋଭାଯାତ୍ରାରେ ଡିଜେ ବାଜିଲେ ୦୬୭୪-୨୫୪୦୨୯୪ ନମ୍ବରରେ ଫୋନ୍ କରି ଜଣାଇବାକୁ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।
ଡିସିପି ଆହୁରି କହିଛନ୍ତି ଯେ, କୋଭିଡ୍ ଗାଇଡ୍ଲାଇନ୍ରେ ଡିଜେ ବାଜିବା ଓ ବାଣ ଫୁଟିବା ଉପରେ କଟକଣା ରହିଛି। ହେଲେ ବିବାହ ହେଉ କିମ୍ବା କୌଣସି ଶୋଭାଯାତ୍ରା ପାଇଁ ପୁଲିସ ନିକଟରୁ ଲାଇସେନ୍ସ ନେବାର ଆବଶ୍ୟକତା ଥାଏ। କୋଭିଡ୍ ଗାଇଡ୍ଲାଇନ ଅନୁସାରେ ସେମାନଙ୍କୁ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି କହିଛନ୍ତି ଡିସିପି।
ମହାମାରୀ କରୋନା ବର୍ତ୍ତମାନ ସୁଦ୍ଧା ଆୟତ୍ତକୁ ଆସିନାହିଁ। କିଛି ଦିନର ନିରବତା ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତ ସାମାନ୍ୟ ବୃଦ୍ଧି ପାଇଛି। ପ୍ରତିଦିନ ୧୦୦ ପାଖାପାଖି ଲୋକ ଆକ୍ରାନ୍ତ ହୋଇଛନ୍ତି।
Powered by Froala Editor