ନବୀନଙ୍କ ବଡ ଘୋଷଣା : ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ଅତିରିକ୍ତ ଚାଉଳ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି । ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାରି ମାସ ପାଇଁ ମାଗଣାରେ ଅତିରିକ୍ତ ଚାଉଳ ମିଳିବ ବୋଲି ନବୀନ କହିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯ ଲକ୍ଷ ୧୫ ହଜାର ହିତାଧିକାରୀ ଉପକୃତ ହେବେ । ଏହାଦ୍ୱାରା ଆଉ ୬୮ କୋଟି ୧୩ ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଅତିରିକ୍ତ ଭାବେ ମାଗଣାରେ ଯୋଗାଇଦେବାକୁ ନିଦେ୍ର୍ଧଶ ଦିଆଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ୨ ଲକ୍ଷ ୮୮ ହଜାର ୫୨୮ ପରିବାରର ୯ ଲକ୍ଷ ୧୫ ହଜାର ୫୨୩ ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇପାରିବେ । ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅତିରିକ୍ତ ଚାଉଳ ଯୋଗାଣର ଅବଧିକୁ ବୃଦ୍ଧି କରାଯାଇଥିଲା ।
Powered by Froala Editor