ନୂଆବର୍ଷରେ ଭକ୍ତ ପାଇବେନି ଜଗା ଦର୍ଶନ
ନୂଆବର୍ଷରେ ସାଧାରଣ ଭକ୍ତଙ୍କୁ ମିଳିବ ନାହିଁ ଜଗାଦର୍ଶନ । ନୂଆବର୍ଷରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଗାମୀ ୩୧ ତାରିଖ ଓ ୨୦୨୨ ଜାନୁଆରି ୧ରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ କେବଳ ସେବାୟତମାନଙ୍କ ଦ୍ବାରା ନୀତି ସଂପନ୍ନ କରାଯିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଏହି ସୂଚନା ଦେଇଛନ୍ତି। ନୂଆ ବର୍ଷରେ ଶ୍ରୀମନ୍ଦିରରରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। କେବଳ ନୂଆବର୍ଷ ନୁହେଁ, ତା’ ପୂର୍ବ ଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ମଧ୍ୟ ସାଧାରଣ ଲୋକେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ସେହିଭଳି ନୂଆ ବର୍ଷ ପରଦିନ ରବିବାର ପଡ଼ୁଥିବାରୁ, ସେଦିନ ବି ଦର୍ଶନ ବନ୍ଦ ରହିବ।
Powered by Froala Editor